ନୂଆଦିଲ୍ଲୀ : ବଶିଷ୍ଟ କଣ୍ଠଶିଳ୍ପୀ ସ୍ବର୍ଗତ ଭୂପେନ ହଜାରିକାଙ୍କୁ ଚଳିତବର୍ଷ ମରଣୋତ୍ତର ଭାବେ ପ୍ରଦାନ କରାଯାଇଥିବା ଭାରତ ରତ୍ନ ସମ୍ମାନ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ତାଙ୍କ ପୁଅ ତେଜ୍ ହଜାରିକା। ବିବାଦୀୟ ନାଗରିକତା ସଂଶୋଧନ ବିଲ୍କୁ ଦୃଢ଼ ବିରୋଧ କରିବାକୁ ଯାଇ ସେ ଏହି ନିଷ୍ପତ୍ତି ନେଇଛନ୍ତି। ୬୭ ବର୍ଷୀୟ ତେଜ୍ ଆମେରିକାର ନୁ୍ୟର୍କରେ ବାସ କରୁଛନ୍ତି। ସେ ଜଣେ ପ୍ରକାଶକ, ଲେଖକ ଏବଂ ଶିକ୍ଷକ। ଉଲ୍ଲେଖଯୋଗ୍ୟ ଯେ, ନାଗରିକତା ସଂଶୋଧନ ବିଲକୁ ନେଇ ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।
‘ଭାରତ ରତ୍ନ’ ପ୍ରତ୍ୟାଖ୍ୟାନ କଲେ ଭୂପେନଙ୍କ ପୁଅ
/sambad/media/post_attachments/wp-content/uploads/2019/02/bhupen-hazarika-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)