ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ୍

ଗାନ୍ଧୀନଗର: ଗୁଜରାଟର ୧୭ଶ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କଲେ ୫୯ ବର୍ଷିୟ ‘ବିଜେପି’ ନେତା ଭୂପେନ୍ଦ୍ର ପଟେଲ୍। ଗାନ୍ଧୀନଗରରେ ଆୟୋଜନ ହୋଇଥିବା ଏହି ଶପଥ ଗ୍ରହଣ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେବା ସହ ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଶପଥ ଗ୍ରହଣ କରାଇଛନ୍ତି। ଭୂପେନ୍ଦ୍ର ପଟେଲଙ୍କ ଶପଥ ଗ୍ରହଣ ସମାରୋହରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ପ୍ରମୋଦ ସାୱନ୍ତ ମଧ୍ୟ ମଞ୍ଚ ଉପରେ ଉପସ୍ଥିତ ଥିବା ଦେଖାଯାଇଛି ।

Bhupendra Patel to take oath as Gujarat Chief Minister today

ଏହା ପୂର୍ବରୁ ରାଜ୍ୟପାଳ ଟ୍ୱିଟ କରିଥିଲେ ଯେ, ଭାରତୀୟ ଜନତା ପାର୍ଟି ବିଧାୟକ ଦଳର ନବନିଯୁକ୍ତ ନେତା ଭୂପେନ୍ଦ୍ରଭାଇ ପଟେଲ୍‌ ତାଙ୍କ ନେତୃତ୍ବରେ ନୂତନ ସରକାର ଗଠନ କରିବା ଲାଗି ରାଜଭବନରେ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ତାଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇ, ୨୦୨୧ ସେପ୍ଟେମ୍ବର ୧୩ ତାରିଖ ଅପରାହ୍ଣ ୨.୨୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ତାଙ୍କୁ ଆମନ୍ତ୍ରଣ କରାଯାଇଛି।

ସମ୍ବନ୍ଧିତ ଖବର