ଅହମଦାବାଦ : ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଗୁରୁବାର ଦିନ ଲଗାତାର ଦ୍ବିତୀୟ ଥର ପାଇଁ ଗୁଜରାଟର ଘାଟଲୋଡ଼ିଆରୁ ନିର୍ବାଚନ ଜିତିଛନ୍ତି। ଭୂପେନ୍ଦ୍ର ୧.୯୨ ଲକ୍ଷ ଭୋଟ୍ ବ୍ୟବଧାନରେ ନିର୍ବାଚନ ଜିତିଛନ୍ତି। ପଟେଲଙ୍କୁ ୨,୧୨,୪୮୦ ଭୋଟ୍ ମିଳିଛି। ଅନ୍ୟପକ୍ଷେ କଂଗ୍ରେସର ଆମିବେନଙ୍କୁ ୨୧,୨୧୦ ଭୋଟ୍ ଏବଂ ଆପ୍ ପ୍ରାର୍ଥୀ ବିଜୟ ପଟେଲଙ୍କୁ ୧୫,୯୦୨ ଭୋଟ୍ ମିଳିଛି। ପଟିଦାର ବହୁଳ ଘାଟଲୋଡ଼ିଆ ଆସନ ଗାନ୍ଧିନଗର ଲୋକସଭା ନିର୍ବାଚନମଣ୍ଡଳୀର ଅଂଶ। ଏହା ଗୁଜରାଟକୁ ଦୁଇ ଜଣ ମୁଖ୍ୟମନ୍ତ୍ରୀ ଦେଇଛି। ଜଣେ ହେଉଛନ୍ତି ଭୂପେନ୍ଦ୍ର ପଟେଲ ଏବଂ ଅନ୍ୟଜଣେ ଆନନ୍ଦୀବେନ ପଟେଲ। ୨୦୧୭ ନିର୍ବାଚନରେ ପଟିଦାର କୋଟା ଆନ୍ଦୋଳନ ସତ୍ତ୍ବେ ଭୂପେନ୍ଦ୍ର ପଟେଲ ଏଠାରେ ୧.୧୭ ଲକ୍ଷ ଭୋଟ୍ ବ୍ୟବଧାନରେ ନିର୍ବାଚନ ଜିତିଥିଲେ।
୨ ଲକ୍ଷରୁ ଅଧିକ ଭୋଟ୍ରେ ଜିତିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ
/sambad/media/post_attachments/wp-content/uploads/2022/12/gandhinagar-gujarat-chief-minister-and-bjp-candidate-bhupendra-patel-flashes-th-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)