ଜଙ୍ଗଲ ସୁରକ୍ଷା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସାମ୍ନାରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାୟପୁର: ଶେଷରେ ଛତିଶଗଡର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦାବି ସାମ୍ନାରେ ନଇଁଲେ ମୁଖ୍ୟମନ୍ତ୍ରୀ | ଛତିଶଗଡର ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓ ହସଡେଓ ଜଙ୍ଗଲକୁ ବଞ୍ଚାଇବା ପାଇଁ ଚଳାଇଥିବା ଆନ୍ଦୋଳନକୁ ସମର୍ଥନ କରିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ | ଆଜି ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯଦି ଟି.ଏସ ସିଂହଦେଓ ଚାହିଁବେ, ତେବେ ଗଛକୁ ଛାଡ଼ନ୍ତୁ ଡାଳକୁ ମଧ୍ୟ କାଟିବାକୁ ଦିଆଯିବ ନାହିଁ | ଯଦି ଜଙ୍ଗଲ କଟାଯିବ ନାହିଁ ତେବେ ଗୁଳି ଚଳାଇବାର କୌଣସି ଆଶଙ୍କା ଉପୁଜିବ ନାହିଁ | ଏହି ବିବୃତ୍ତି ପରେ ହସଡେଓ ଜଙ୍ଗଲ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ ଟି.ଏସ୍ ସିଂହଦେଓ ସୋମବାର ଦିନ ହସଡେଓ ଜଙ୍ଗଲରେ ପହଞ୍ଚିଥିଲେ ।

ସେ ଆନ୍ଦୋଳନରେ ବସିଥିବା ଗ୍ରାମବାସୀଙ୍କୁ ଭେଟି ନିଜର ସମର୍ଥନ ଜଣାଇଥିଲେ । ସେ କହିଥିଲେ ଯେ ଯଦି କେହି ଗୁଳି ଚଳାଇବାକୁ ବନ୍ଧୁକ ନେଇ ଆସନ୍ତି, ତେବେ ମୋତେ ଡାକନ୍ତୁ। ମୁଁ ପ୍ରଥମ ଗୁଳି ଖାଇବି | ଏହା ସହିତ ଟି.ଏସ୍ ସିଂହଦେଓ ଗ୍ରାମବାସୀଙ୍କୁ ମଧ୍ୟ କହିଥିଲେ ଯେ ରାହୁଲ ଗାନ୍ଧୀଙ୍କ ସହ ଏହି ଜଙ୍ଗଲ ସମସ୍ୟା ବାବଦରେ କଥା ହେବି । ତେବେ ଆଜି ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଏକ ବଡ଼ ବିବୃତ୍ତି ସାମ୍ନାକୁ ଆସିଛି।

ଭୁପେଶ ବାଘେଲ ପୂର୍ବରୁ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନକୁ ବିରୋଧ କରୁଥିବାବେଳେ ଆଜି ତାଙ୍କ ସ୍ୱର ମଧ୍ୟ ବଦଳି ଯାଇଛି | ଆଜି ଭୁପେଶ ବାଘେଲ କହିଛନ୍ତି ଯେ ଯଦି ଟି.ଏସ୍ ସିଂହଦେଓ ଚାହାଁନ୍ତି ତେବେ ଗଛ କଣ ଡାଳ ମଧ୍ୟ କାଟିବାକୁ ଦିଆଯିବ ନାହିଁ। ଗୁଳି ଚଳାଇବାର କୌଣସି ଆଶଙ୍କା ରହିବ ନାହିଁ |

ସମ୍ବନ୍ଧିତ ଖବର