ରାୟପୁର : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେଶ ବାଘେଲଙ୍କ ଘରେ ଚଢ଼ାଉ କରିଛି। ମଦ ଦୁର୍ନୀତି ମାମଲାରେ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏବେ ନିଜେ ଭୁପେଶ ବାଘେଲ ଏହାର ଜବାବ ରଖିଛନ୍ତି। ଇଡି ତାଙ୍କ ଘରୁ କ'ଣ ପାଇଲା ତାହା ସେ ପ୍ରକାଶ କରିଛନ୍ତି।
ଭୂପେଶ ବାଘେଲ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି, "ସେମାନେ ମୋ ଘରେ ତିନୋଟି ଜିନିଷ ପାଇଥିଲେ - ମଣ୍ଟୁରାମ ଏବଂ ଡକ୍ଟର ପୁନୀତ ଗୁପ୍ତା (ଡାକ୍ତର ରମଣ ସିଂଙ୍କ ଜ୍ୱାଇଁ) ମଧ୍ୟରେ କୋଟି କୋଟି ଟଙ୍କାର କାରବାରର ଆଲୋଚନା ସମ୍ବଳିତ ଏକ ପେନ୍ ଡ୍ରାଇଭ୍, ଡକ୍ଟର ରମଣ ସିଂଙ୍କ ପୁଅ ଅଭିଷେକ ସିଂଙ୍କ ସେଲ୍ କମ୍ପାନୀର ଦସ୍ତାବିଜ ଏବଂ ସମଗ୍ର ଯୁଗ୍ମ ପରିବାରରୁ ଚାଷ, ଦୁଗ୍ଧ, ମହିଳାଙ୍କ ସମ୍ପତ୍ତି ଏବଂ 'କ୍ୟାସ୍ ଇନ୍ ହ୍ୟାଣ୍ଡ୍' ସମେତ ପ୍ରାୟ ୩୩ ଲକ୍ଷ ଟଙ୍କା। ଯେଉଁଥିପାଇଁ ସେମାନଙ୍କୁ ହିସାବ ଦିଆଯିବ। ଅନ୍ୟପକ୍ଷରେ ଭୂପେଶ ବାଘେଲ ଦାବି କରିଛନ୍ତି ଯେ ଇଡି ଅଧିକାରୀମାନେ କୌଣସି ଇସିଆଇଆର ନମ୍ବର ଦେବାକୁ ଅସମର୍ଥ।