ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ମିଳିଛି। ଡିସେମ୍ବର ୧୭ରେ ଭୁଟାନର ଜାତୀୟ ଦିବସ ଥିବାବେଳେ ଏହି ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହାର ସର୍ବୋଚ୍ଚ ସମ୍ମାନ ‘ନଗଦଗ ପଲ୍ ଜି ଖୋରଲୋ’ ଦିଆଯାଇଛି। ଭୁଟାନ ପ୍ରଧାନମନ୍ତ୍ରୀ ଆଜି ଏକ ଟ୍ବିଟ୍ କରି ମୋଦୀଙ୍କୁ ମିଳିଥିବା ସର୍ବୋଚ୍ଚ ନାଗରିକ ସମ୍ମାନ ପାଇଁ ଖୁସିବ୍ୟକ୍ତ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏଥିପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ମୋଦୀ ତାଙ୍କ ଭୁଟାନ ପ୍ରତିପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଆଜି ଏକ ଟ୍ବିଟ୍ କରି କହିଛନ୍ତି, ଭୁଟାନ ଭାଇ ଭଉଣୀମାନଙ୍କଠାରୁ ଅତ୍ୟନ୍ତ ଭଲପାଇବା ଏବଂ ସ୍ନେହ ପାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଭୁଟାନର ଜାତୀୟ ଦିବସ ଅବସରରେ ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।