ନୂଆଦିଲ୍ଳୀ: ଆମ୍ ଆଦ୍ମୀ ପାର୍ଟି (ଆପ୍)ର ସ୍ବାତୀ ମାଲିୱାଲଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୁକ୍ତ ବିଭବ କୁମାରଙ୍କୁ ବୁଧବାର ଲକ୍ଷ୍ନୌ ବିମାନବନ୍ଦରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସହ ଦେଖିବାକୁ ମିଳିଛି। ସେମାନଙ୍କ ସହ ଆପ୍ ନେତା ସଞ୍ଜୟ ସିଂହ ବି ନଜର ଆସିଥିଲେ।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ, ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ, ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ୍ଙ୍କ ସହ ବିରୋଧୀ ଇଣ୍ଡିଆ ମେଣ୍ଟ୍ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିବାର ଯୋଜନା ଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଲକ୍ଷ୍ନୌ ଯାଉଥିବା ସୂଚନା ରହିଛି। ଏହି ସମୟରେ ବିଭବ କୁମାରଙ୍କୁ କେଜ୍ରିୱାଲ୍ଙ୍କ ସହ ଦେଖିବାକୁ ମିଳିିଛି।
ଏହି ସମୟରେ ବିଜେପି ନେତା ତାଜିନ୍ଦର ବାଗ ଅରବିନ୍ଦ କେଜ୍ରିୱାଲଙ୍କୁ ନିନ୍ଦା କରିବା ସହ ସ୍ବାମୀ ମାଲିୱାଲଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ବିଭବ କୁମାରଙ୍କୁ ଦଣ୍ଡିତ କରିବା ବିଷୟରେ ତାଙ୍କୁ ପ୍ରଶ୍ନ କରିଛନ୍ତି।
ସେ ଏକ ଏକ୍ସ ପୋଷ୍ଟ୍ରେ ଉଲ୍ଲେଖ କରିଛନ୍ତି ଯେ ‘‘ସଞ୍ଜୟ ସିଂହ କହୁଥିଲେ ଯେ ଆପଣ ବିଭବଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କିନ୍ତୁ ଆପଣମାନେ ତ ତାଙ୍କୁ ସାଙ୍ଗରେ ନେଇ ସମଗ୍ର ଦେଶ ଭ୍ରମଣ କରୁଛନ୍ତି।’’
ସୋମବାର ଦିନ ଆପ୍ର ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ ଅଭିଯୋଗ କରିଥିଲେ ଯେ ଅରବିନ୍ଦ କେଜ୍ରିୱାଲଙ୍କର ଜଣେ ବ୍ୟକ୍ତିଗତ କର୍ମଚାରୀ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଦୁର୍ବ୍ୟବହାର କରିଥଲେ।’’ ତେବେ ପୁଲିସ କହିଛି ଯେ ଏ ସଂପର୍କରେ ମାଲିୱାଲଙ୍କଠାରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଅଭିଯୋଗ ଆସିନାହିଁ।