ବେଜିଂ : ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ ଆସିବା ପରେ ଯେ ଚୀନ ପ୍ରତି ସେ ନରମ ମନୋଭାବ ପୋଷଣ କରିବେ ଅଥବା ଚୀନ ସହିତ ଆମେରିକାର ସଂପର୍କ ଆପେ ଆପେ ସୁଧୁରିଯିବ, ତାହା ଭାବିବା ଭୁଲ ହେବ । ଏକ କଠୋର ଆମେରିକାର ସମ୍ମୁଖୀନ ହେବା ଲାଗି ପ୍ରସ୍ତୁତ ରହିବାକୁ ବେଜିଂକୁ ସତର୍କ କରାଇଦେଇଛନ୍ତି ଚୀନ ସରକାରଙ୍କ ଜଣେ ପରାମର୍ଶଦାତା ।
ଆଡଭାନ୍ସଡ ଇନଷ୍ଟିଚ୍ୟୁଟ ଅଫ ଗ୍ଲୋବାଲ ଏଣ୍ଡ କଣ୍ଟେପୋରାରି ଚାଇନିଜ୍ ଷ୍ଟଡିଜର ଡିନ ଝେଙ୍ଗ ୟଙ୍ଗିଆନ କହିଛନ୍ତି ଯେ ଜୋ ବିଡେନ ହ୍ବାଇଟ ହାଉସକୁ ଆସିବା ପରେ ଆମେରିକାରେ ଥିବା ଚୀନ ବିରୋଧୀ ହାଓ୍ବାର ଫାଇଦା ନେବାକୁ ଚେଷ୍ଟା କରିବେ । ସେ ଯଦି ଆମେରିକାର ଘରୋଇ ସମସ୍ୟାଗୁଡ଼ିକର ସମାଧାନ କରିନପାରନ୍ତି, ତେବେ ସେ ଜଣେ ଦୁର୍ବଳ ରାଷ୍ଟ୍ରପତି ଭାବେ ଗଣାଯିବେ । ଏହାକୁ ଲୁଚାଇବାକୁ ସେ ଚୀନ ବିରୁଦ୍ଧରେ ପଦକ୍ଷେପ ନେବେ, ଯୁଦ୍ଧ ବି କରିପାରନ୍ତି । ଯଦି ଟ୍ରମ୍ପ ଯୁଦ୍ଧ ପାଇଁ ଇଚ୍ଛୁକ ନଥିଲେ, ତେବେ ବାଇଡେନ ଯୁଦ୍ଧ କରିପାରନ୍ତି ।
ଏଣୁ ଚୀନ ସରକାର ଆମେରିକା ସହ ସମ୍ପର୍କ ଖରାପ କରିବାକୁ କୌଣସି ସୁଯୋଗକୁ ହାତଛଡ଼ା କରିବା ଉଚିତ ନୁହେଁ ।
ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭଲ ସମୟ ଚାଲିଯାଇଛି, କାରଣ ଆମେରିକାରେ ଥିବା ଶୀତଳଯୁଦ୍ଧ ସମର୍ଥକମାନେ ଏବେ ବି ସକ୍ରିୟ ଅଛନ୍ତି ।