ୱାସିଂଟନ: ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର ବାଇଡେନଙ୍କର ଜଣେ ଆର୍କାନସାସ ମହିଳା ଲଣ୍ଡେନ ରବର୍ଟଙ୍କ ସହ ଅବୈଧ ସମ୍ପର୍କ ଥିଲା ଓ ୨୦୧୮ରେ ରବର୍ଟଙ୍କଠାରୁ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ହଣ୍ଟର ଏହି ଚାରିବର୍ଷର ଝିଅ ନେଭିକୁ ନିଜର ଝିଅ ବୋଲି ମାନିବାକୁ କୁଣ୍ଠାବୋଧ କରୁଥିବା ବେଳେ ରାଷ୍ଟ୍ରପତି ବାଇଡେନ ଶୁକ୍ରବାର ପ୍ରଥମ ଥର ପାଇଁ ତାକୁ ନିଜର ନାତୁଣୀ ବୋଲି ସର୍ବସାଧାରଣରେ ସ୍ବୀକୃତି ଦେଇଛନ୍ତି। ବାଇଡେନ କହିଛନ୍ତି, ମୋ ପୁଅ ହଣ୍ଟର ଓ ନେଭିର ମାଆ ଲଣ୍ଡେନ ସେମାନଙ୍କ ଝିଅର ହିତ ପାଇଁ ନିଜ ଭିତରେ ଥିବା ତିକ୍ତ ସମ୍ପର୍କକୁ ସଜାଡ଼ିବା ପାଇଁ ଚେଷ୍ଟା କରୁଛନ୍ତି। ଏହା ଏକ ରାଜନୈତିକ ପ୍ରସଙ୍ଗ ନୁହେଁ, ଏକ ପାରିବାରିକ ମାମଲା। ଜିଲ ଓ ମୁଁ ନେଭି ସମେତ ଆମର ସମସ୍ତ ନାତିନାତୁଣୀଙ୍କର ଯେଉଁଥିରେ ମଙ୍ଗଳ ହେବ ତାହା ଚାହୁଛୁ ବୋଲି ବାଇଡେନ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ନେଭିକୁ ହଣ୍ଟର ନିଜର ଝିଅ ବୋଲି ମାନୁ ନ ଥିବା ବେଳେ ଲଣ୍ଡେନ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ। ନିକଟରେ ଡିଏନ୍‌ଏ ପରୀକ୍ଷା‌ରୁ ହଣ୍ଟର ହିଁ ନେଭିର ବାପା ବୋଲି ପ୍ରମାଣିତ ହୋଇଛି। ପୂର୍ବରୁ ହଣ୍ଟର କହିଥିଲେ ଯେ, ସେ ମଦ ଓ ନିଶାରେ ଚୁର୍ ଥିବାବେଳେ କ’ଣ ଘଟିଥିଲା ତାଙ୍କର ମନେ ନାହିଁ।