ୟୁକ୍ରେନ୍‌କୁ ଅତିରିକ୍ତ ସାମରିକ ସହାୟତା ଘୋଷଣା କଲେ ବାଇଡେନ୍‌: ରୁଷ୍‌ର ମାରିୟୁପୋଲ୍‌ ଦଖଲ ଦାବି ସନ୍ଦେହଜନକ

ୱାସିଂଟନ୍‌: ରୁଷ୍‌ ମାରିୟୁପୋଲ୍‌କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିନେଇଛି ବୋଲି ଯେଉଁ ଦାବି କରୁଛି ସେନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଶ୍ନ ଉଠାଇଛନ୍ତି। ରୁଷ୍‌ର ଦାବିକୁ ବାଇଡେନ୍‌ ସନ୍ଦେହଜନକ କହିଛନ୍ତି। ପୁଟିନ୍‌ ମାରିୟୁପୋଲ୍‌ ନିୟନ୍ତ୍ରଣ କରିଛନ୍ତି କି ନା’ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ରୁଷ୍‌ ମାରିୟୁପୋଲ୍‌କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଥିବା ନେଇ ଏଯାବତ୍‌ କୌଣସି ପ୍ରମାଣ ମିଳିନି ବୋଲି ବାଇଡେନ୍‌ କହିଛନ୍ତି। ମାରିୟୁପୋଲ୍‌ରୁ ଲୋକଙ୍କୁ ବାହାର କରିବାପାଇଁ ରୁଷ୍‌ ମାନବୀୟ କରିଡର୍‌କୁ ଅନୁମତି ଦେବା ଉଚିତ୍‌ ବୋଲି ବାଇଡେନ୍‌ କହିଛନ୍ତି। ବାଇଡେନ୍‌ ମଧ୍ୟ ୟୁକ୍ରେନ୍‌ ପାଇଁ ଅତିରିକ୍ତ ୮୦୦ ନିୟୁତ ଡଲାର୍‌ର ସାମରିକ ସହାୟତା ଘୋଷଣା କରିଛନ୍ତି। ଡୋନ୍‌ବାସରେ ରୁଷ୍‌ ଯୁଦ୍ଧ ଜୋରଦାର କରିଥିବା ବେଳେ ଆମେରିକାର ନୂଆ ପ୍ୟାକେଜ୍‌ ଦ୍ବାରା ୟୁାକ୍ରନ୍‌ ସେନାକୁ ଅତ୍ୟାବଶ୍ୟକ ଭାରି ଯୁଦ୍ଧାସ୍ତ୍ର ମିଳିବ।

ସମ୍ବନ୍ଧିତ ଖବର