ୱାଶିଂଟନ : ତିବ୍ଦତକୁ ନେଇ ଆମେରିକା ବଡ଼ ପଦକ୍ଷେପ ନେଇଛି। ଆମେରିକାର ଏହି ପଦକ୍ଷେପକୁ ନେଇ ଚୀନ କ୍ଷୁବ୍ଧ ହେବାର ସମ୍ଭାବନା ରହିଛି ।
ରାଷ୍ଟ୍ରପତି ଜୋ ବାଇଡେନ ଏକ ବିବାଦୀୟ ତିବ୍ଦତ ବିଲ୍ ରେ ସ୍ୱାକ୍ଷର କରିଛନ୍ତି, ଯାହା ପରେ ଏହି ବିଲ୍ ଏବେ ଆଇନରେ ପରିଣତ ହୋଇଛି । ଏଭଳି ଭାବେ ଆମେରିକା ତିବ୍ଦତୀୟ ଲୋକଙ୍କ ପ୍ରତି ନିଜର ସମର୍ଥନ ବଢ଼ାଇଛି। ଏହି ବିବାଦର ସମାଧାନ ପାଇଁ ଚୀନ୍ ଏବଂ ତିବ୍ବତୀୟ ଧାର୍ମିକ ନେତା ଦଲାଇ ଲାମାଙ୍କ ମଧ୍ୟରେ ଆଲୋଚନା ବଢ଼ାଇବା ଉପରେ ଆମେରିକା ଗୁରୁତ୍ୱାରୋପ କରିଛି। ସୂଚନାଯୋଗ୍ୟ, ଚୀନ୍ ପୂର୍ବରୁ ତିବ୍ଦତ ଆଇନକୁ ବିରୋଧ କରି ଏହାକୁ ଅସ୍ଥିରତା ସୃଷ୍ଟି କରୁଥିବା ଆଇନ ବୋଲି ବର୍ଣ୍ଣନା କରିଛି। ଚୀନ୍ ତିବ୍ବତକୁ ନିଜର ଅଂଶ ଭାବେ ବିବେଚନା କରୁଛି। ଅପରପକ୍ଷରେ ତିବ୍ଦତୀୟମାନେ କ୍ରମାଗତ ଭାବେ ଚୀନ୍ ଦଖଲକୁ ବିରୋଧ କରି ଆସୁଛନ୍ତି।
ରାଷ୍ଟ୍ରପତି ଜୋ ବାଇଡେନ୍ ତିବ୍ଦତ ପ୍ରତି ଆମେରିକାର ସମର୍ଥନ ବଢ଼ାଇବା ଏବଂ ଏହାର ସ୍ଥିତି ଏବଂ ଶାସନ ସମ୍ବନ୍ଧୀୟ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଲୋଚନାକୁ ପ୍ରୋତ୍ସାହିତ କରିବାକୁ ପରାମର୍ଶ ଦେଇଛନ୍ତି। ଆମେରିକାର ଏହି ଆଭିମୁଖ୍ୟକୁ ଚୀନ ଆରମ୍ଭରୁ ବିରୋଧ କରି ଆସୁଛି। ଚୀନ୍ ଏବଂ ତିବ୍ବତୀୟ ଆଧ୍ୟାତ୍ମିକ ନେତା ତଥା ନେତା ଦଲାଇ ଲାମାଙ୍କ ମଧ୍ୟରେ ଆଲୋଚନାକୁ ପ୍ରୋତ୍ସାହିତ କରିବା ପାଇଁ ଆମେରିକା ଏହି ବିଲ୍ ସ୍ୱାକ୍ଷର କରିଛି, ଯାହା ପରେ ଏହା ଏକ ଆଇନରେ ପରିଣତ ହୋଇଛି। ଏହାର ନାମ ତିବ୍ବତ ସଂକଳ୍ପ ଆଇନ ରଖାଯାଇଛି।