ଓ୍ବାସିଂଟନ : ପୁଣି ଭୁଲିଗଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ରବିବାର ସକାଳେ ଦିଲ୍ଲୀରେ କ୍ୱାଡ୍ ନେତାଙ୍କ ସହ ମଞ୍ଚ ସେୟାର କରିବା ସମୟରେ ତାଙ୍କ ସହ ଆଉ ଏକ ଭୁଲିଯିବାର ଘଟଣା ଘଟିଥିଲା। ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିଚୟ ଦେବା ଭୁଲିଗଲେ ।
ଏହି କାର୍ଯ୍ୟକ୍ରମରେ ବାଇଡେନ ପ୍ରଧାନମନ୍ତ୍ରୀ ମୋଦୀ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍ ଏବଂ ଜାପାନର ଫୁମିଓ କିସିଦାଙ୍କ ସହ ମିଶି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କର୍କଟ ରୋଗର ବୋଝ ହ୍ରାସ କରିବା ପାଇଁ କ୍ୟାନସର ମୁନସଟ୍ ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ସମୟରେ ହଠାତ୍ ବାଇଡେନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିଚୟ ଦେଇ କହିଥିଲେ, 'ମୁଁ ଆଗକୁ କାହାକୁ ପରିଚୟ ଦେଉଛି?' ଏହାପରେ ବାଇଡେନ ପଚାରିଥିଲେ, ଆଗକୁ କିଏ? କ୍ୟାନସର ମୁନସଟ କାର୍ଯ୍ୟକ୍ରମ ବିଷୟରେ କହିବା ପରେ ବାଇଡେନ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପରିଚିତ କରାଇବାର ଥିଲା। ତେବେ ଆମେରିକା ରାଷ୍ଟ୍ରପତି ଏହା ଭୁଲିଗଲେ। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣ ପାଇଁ ଆଗେଇ ଆସିଥିଲେ, କାର୍ଯ୍ୟକ୍ରମର ଆୟୋଜକ ତାଙ୍କ ନାମ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/0gp4SybcfX8VJESGDcZZ.jpeg)