ରାନ୍ଡଲ୍ଫ୍ (ଯୁକ୍ତରାଷ୍ଟ୍ର ଆମେରିକା): ଏ ସପ୍ତାହରେ ଜିନିଭାରେ ପ୍ରଥମ କରି ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କୁ ଭେଟିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କୁ ହଳେ ଆମେରିକା ନିର୍ମିତ ‘କଙ୍କଡ୍ ସନ୍ଗ୍ଲାସେସ୍’ (ଚଷମା) ଉପହାର ଦେଇଛନ୍ତି।
ଉକ୍ତ ଚଷମାର ନିର୍ମାତା ‘ରାନ୍ଡଲଫ୍ ଇଞ୍ଜିନିୟରିଙ୍ଗ୍’ର ମୁଖ୍ୟ ପିଟର୍ ୱାଜ୍କିୱିକ୍ଜ୍ କହନ୍ତି, ସମଗ୍ର ବିଶ୍ବ ଅବଲୋକନ କରୁଥିବା ଉକ୍ତ ବୈଠକରେ ତାଙ୍କ କମ୍ପାନି ନିର୍ମିତ ‘ସନ୍ଗ୍ଲାସେସ୍’ କୂଟନୈତିକ ଭେଟି ହୋଇଥିବା ଜାଣି ସେ ଆଚମ୍ବିତ ହୋଇପଡ଼ିଛନ୍ତି।
ଗଣମାଧ୍ୟମକୁ ସେ କହିଛନ୍ତି, ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଆମର ବ୍ୟବସାୟ ଅନ୍ୟ ସାଧାରଣ ଦିନ ପରି ଚାଲିଥିଲା। ଏହା ପରେ ଯେତେବେଳେ ଫୋନ୍ ସବୁ ବାଜିଉଠିଲା ସାମାଜିକ ଗଣମାଧ୍ୟମରେ ବି ରିଙ୍ଗ୍ଟୋନ୍ ବାଜିଲା, ସେତେବେଳେ ଯାଇ ଆମେ ପ୍ରକୃତ ଘଟଣା ଜାଣିଲୁ। ଆମେ ସାମାନ୍ୟ ଉତ୍ତେଜିତ ହେବା ସହ ଚଳଚଞ୍ଚଳ ହୋଇ ଉଠିଲୁ। ଏଇଟା ବଡ଼ ବିଚିତ୍ର କଥା ନୁହେଁ କି? ମୋ କହିବାର ଅର୍ଥ, ଏଭଳି ସୁଯୋଗ କେତେ ଥର ଆସେ?
Image Courtesy of The New York Timesୱାଜ୍କିୱିକ୍ଜ୍ ଆହୁରି ମଧ୍ୟ କହିଛନ୍ତି, ମୁଁ ନିଶ୍ଚିତ ଯେ, ଆମ ଜାତୀୟ ଐତିହ୍ୟର ସଙ୍କେତ ଭାବେ ରାଷ୍ଟ୍ରପତି ବାଇଡେନ୍ ରାଷ୍ଟ୍ରପତି ପୁଟିନ୍ଙ୍କୁ ସେ ଚଷମା ହଳକ ଦେଇଛନ୍ତି। ଚାଲନ୍ତୁ, ଏହାକୁ ଶାନ୍ତିର ‘ସଙ୍କେତ’ ବୋଲି ଧରିନେବା।
ଏହି ପ୍ରକାରର ଚଷମା ସବୁବେଳେ ସେନାବାହିନୀର ସୈନିକମାନେ ପିନ୍ଧିଥାଆନ୍ତି। ଏହି ଚଷମା ଯୋଗାଇବା ପାଇଁ ୧୯୭୮ ମସିହାରୁ କମ୍ପାନି ଯୁକ୍ତରାଷ୍ଟ୍ର ଆମେରିକାର ସଶସ୍ତ୍ରବାହିନୀ ସହ ରାଜିନାମା କରିଛି। ଏହି ଚଷମାରୁ ଆମେରିକୀୟ ସେନା ମାସକୁ ପ୍ରାୟ ୨୫,୦୦୦ ହଳ ଖରିଦ କରେ।
Image Courtesy of Fashion Networkଏଥିସହ ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବସାଧାରଣଙ୍କୁ ମଧ୍ୟ ‘ରାନ୍ଡଲ୍ଫ୍ ଇଞ୍ଜିନିୟରିଙ୍ଗ୍’ ‘ଏଭିଏଟର୍ସ ସନ୍ଗ୍ଲାସେସ୍’ ବିକ୍ରୟ କରେ। ୧୯୮୦ ଦଶକରେ ‘ଟପ୍ ଗନ୍’ ଚଳଚ୍ଚିତ୍ରରେ ପରିଧାନ କରି ଟମ୍ କ୍ରୁଜ୍ ଏହି ଚଷମାକୁ ପ୍ରସିଦ୍ଧ କରିଥିଲେ।
ପୁଟିନ୍ଙ୍କୁ ଉପହାର ଦିଆଯାଇଥିବା ‘କଙ୍କଡ୍’ ଶୈଳୀର ଚଷମା ହଳକ ତିଆରି ପାଇଁ ୬ ସପ୍ତାହରୁ ଅଧିକ ସମୟ ଲାଗେ ଏବଂ ଏଥିପାଇଁ ୨୦୦ଟି ପର୍ଯ୍ୟାୟରେ ଦେଇ କାମ କରିବାକୁ ପଡ଼ିଥାଏ। ବିଂଶ ଶତାବ୍ଦୀର ସୁପର୍ସୋନିକ୍ ବିମାନ ‘କଙ୍କଡ୍’ ନାମାନୁସାରେ ଏହି ଚଷମାର ନାମକରଣ କରାଯାଇଛି। ରାନ୍ଡଲ୍ଫ୍ ୱେବ୍ସାଇଟ୍ ଅନୁସାରେ, ହଳେ ‘ମ୍ୟାଟ୍ ବ୍ଲାକ୍ ପୋଲାରାଇଜ୍ଡ୍’ ଚଷମାର ମୂଲ୍ୟ ୨୭୯ ଡଲାର୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/randolph-specs.jpg)