ୱାସିଂଟନ୍ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ନବ ନିର୍ବାଚିତ ଉପରାଷ୍ଟ୍ରପତି କମଳା ହାରିସ୍ଙ୍କୁ ଟାଇମ୍ ମାଗାଜିନ୍ର ‘ପର୍ସନ୍ ଅଫ୍ ଦି ଇୟର-୨୦୨୦’ ଭାବେ ଚୟନ କରାଯାଇଛି। ‘ଚେଞ୍ଜିଂ ଆମେରିକାସ୍ ଷ୍ଟୋରି’ ସବ୍ଟାଇଟଲ୍ ସହ ମାଗାଜିନ୍ କଭର୍ରେ ବାଇଡେନ୍ ଏବଂ ହାରିସ୍ଙ୍କ ଫଟୋ ପ୍ରକାଶ ପାଇଛି। ଆମେରିକାରେ ବିଭିନ୍ନ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣିବାପାଇଁ ଉଭୟ ବାଇଡେନ୍ ଏବଂ ହାରିସ୍ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଏ ଦିଗରେ କାର୍ଯ୍ୟ କରିବାପାଇଁ ଯେଉଁ ଦୂରଦୃଷ୍ଟି ରଖିଛନ୍ତି ସେହି କାରଣ ପଇଁ ସେମାନଙ୍କୁ ଟାଇମ୍ ମାଗାଜିନ୍ ପର୍ସନ୍ ଅଫ୍ ଦି ଇୟର ଭାବେ ଚୟନ କରିଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଗତ ବର୍ଷ ଗ୍ରେଟା ଟ୍ୟୁନ୍ବର୍ଗ ଟାଇମ୍ ପର୍ସନ୍ ଅଫ୍ ଦି ଇୟର ହୋଇଥିବାବେଳେ ୨୦୧୬ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଟାଇମ୍ ମାଗାଜିନ୍ର ‘ପର୍ସନ୍ ଅଫ୍ ଦି ଇୟର’ ହୋଇଥିଲେ।
ବାଇଡେନ୍- ହାରିସ୍ ଟାଇମ୍ ମାଗାଜିନ୍ର ‘ପର୍ସନ୍ ଅଫ୍ ଦି ଇୟର’
/sambad/media/post_attachments/wp-content/uploads/2020/12/biden-1.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)