ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସୋମବାର ମୁଦ୍ରାସ୍ଫୀତି ସଂପର୍କରେ ଜଣେ ସାମ୍ବାଦିକ ପ୍ରଶ୍ନ କରିବାରୁ ସେ ଏଥିରେ ବିରକ୍ତ ହୋଇଥିଲେ। ପ୍ରଶ୍ନ ପଚାରିଥିବା ସାମ୍ବାଦିକଙ୍କୁ ବାଇଡେନ ଅଶାଳୀନ ଭାଷାରେ ଗାଳି ଦେଇଥିଲେ। ସେଠାରେ ଲାଗିଥିବା କ୍ୟାମେରାରେ ଏହି ବିଷୟ ଧରାପଡ଼ିଛି। ପ୍ରକାଶ୍ୟ ଯେ, ରାଷ୍ଟ୍ରପତି ବାଇଡେନ ତାଙ୍କ କମ୍ପିଟିସନ କାଉନ୍ସିଲର ଏକ ବୈଠକରେ ଯୋଗ ଦେବା ଲାଗି ହ୍ବାଇଟ୍ ହାଉସ୍ର ଇଷ୍ଟ ରୁମ୍ରେ ଥିଲେ। ସେତେବେଳେ ସାମ୍ବାଦିକମାନେ ତାଙ୍କୁ ଭେଟିଥିଳେ। ବାହାରକୁ ବାହାରିବା ସମୟରେ ଫକ୍ସ ନ୍ୟୁଜ୍ର ସାମ୍ବାଦିକ ପିଟର ଡୁସି ତାଙ୍କୁ ମୁଦ୍ରାସ୍ଫୀତି ବିଷୟରେ ପଚାରିଥିଲେ, ଯାହା କି ବର୍ତ୍ତମାନ ୪୦ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଛି। ଡୁସି ପଚାରିଥିଲେ, ଆପଣ ଭାବୁଛନ୍ତି କି ମୁଦ୍ରାସ୍ଫୀତି ଏକ ରାଜନୈତିକ ଉତ୍ତରଦାୟିତ୍ବ? ଏଥିରେ ବିରକ୍ତ ହୋଇ ବାଇଡେନ୍ ତାଙ୍କୁ ବୋକା ବୋଲି କହିଥିଲେ। (ହ୍ବାଟ୍ ଏ ଷ୍ଟୁପିଡ୍ ସନ୍ ଅଫ୍ ବିଚ୍!) ବାଇଡେନଙ୍କ ଏହି ମନ୍ତବ୍ୟକୁ ତାଙ୍କ ସମ୍ମୁଖରେ ଥିବା ଭିଡିଓ ଓ ମାଇକ୍ରୋଫୋନ ଧରିନେଇଥିଲା। ଏ ବିଷୟରେ ପଚରାଯାଇଥିଲେ ମଧ୍ୟ ହ୍ବାଇଟ୍ ହାଉସ୍ ତତ୍କାଳ କିଛି ଉତ୍ତର ଦେଇ ନାହିଁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp