ନୂଆଦିଲ୍ଲୀ: ଶୁକ୍ରବାର ସକାଳ ସୁଦ୍ଧା ପେନ୍ସିଲ୍ଭାନିଆରେ ଜୋ ବାଇଡେନ୍ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କଠାରୁ ପ୍ରାୟ ୯୦୦୦ରୁ ଅଧିକ ଭୋଟ୍ରେ ଆଗୁଆ ଅଛନ୍ତି। ଏପର୍ଯ୍ୟନ୍ତ ୨୬୪ ଖଣ୍ଡ ଇଲେକ୍ଟୋରାଲ୍ ଭୋଟ୍ ପାଇଥିବା ବାଇଡେନ୍ଙ୍କୁ ପେନ୍ସିଲ୍ଭାନିଆର ୨୦ଟି ଇଲେକ୍ଟୋରାଲ୍ ଭୋଟ୍ ଜୟଯାତ୍ରାରେ ଆଗେଇ ନେବ। ଭୋଟ୍ ଗଣନା ପ୍ରାରମ୍ଭରେ ଏହି ରାଜ୍ୟରେ ଟ୍ରମ୍ପ୍ ଆଗୁଆ ଥିଲେ, କିନ୍ତୁ ଏବେ ବାଇଡେନ୍ ଆଗେଇ ଚାଲିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ୨୭୦ ଖଣ୍ଡ ଇଲେକ୍ଟୋରାଲ୍ ଭୋଟ୍ ଆବଶ୍ୟକ।
ଜର୍ଜିଆରେ ମଧ୍ୟ ସେ ଟ୍ରମ୍ପ୍ଙ୍କ ଠାରୁ ୧୫୦୦ ଭୋଟ୍ ବ୍ୟବଧାନରେ ଆଗୁଆ ଅଛନ୍ତି। ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ସ୍ବଳ୍ପ ବ୍ୟବଧାନ ରହୁଥିବାରୁ ସେଠାରେ ପୁଣିଥରେ ଭୋଟ୍ ଗଣତି ହେବ ବୋଲି ରାଜ୍ୟର ଶୀର୍ଷସ୍ତରୀୟ ନିର୍ବାଚନ ଅଧିକାରୀ କହିଛନ୍ତି। କିନ୍ତୁ, ପ୍ରଥମେ ଆରିଜୋନାରେ ପ୍ରାୟ ୪୭, ୦୦୦ ଭୋଟ୍ରେ ଆଗୁଆ ଥିବା ବାଇଡେନ୍ ଏବେ ୧୧ ୦୦୦ରୁ ଅଧିକ ଭୋଟ୍ରେ ଆଗୁଆ ଅଛନ୍ତି।
Image Courtesy of India Todayଗୁରୁବାର ଦିନ ବାଇଡେନ୍ ଆମେରିକୀୟମାନଙ୍କୁ ଧୈର୍ଯ୍ୟ ଧରିବାକୁ କହିଥିଲେ। ସେ କହିଥିଲେ, ଭୋଟର୍ମାନଙ୍କ ଇଚ୍ଛା ହିଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଚୟନ କରେ, ଅନ୍ୟ କେହି ନୁହେଁ, ଅନ୍ୟ କିଛି ନୁହେଁ। ତେଣୁ ପ୍ରତ୍ୟେକ ବାଲଟ୍ ଗଣଯିବା ଉଚିତ। ଏବେ ତାହାହିଁ ଚାଲୁଥିବାର ଆମେ ଦେଖୁଛୁ।
ୱିଲ୍ମିଙ୍ଗ୍ଟନ୍ରେ ସେ ସମ୍ବାଦିକମାନଙ୍କୁ କହିଥିଲେ, କେବେ କେମିତି ଗଣତନ୍ତ୍ର ଗୋଳିଆ ହୋଇଯାଏ। କେବେ କେବେ ଧୈର୍ଯ୍ୟ ଧରିବାକୁ ପଡ଼େ।
ଏପର୍ଯ୍ୟନ୍ତ ୨୧୪ଟି ଇଲେକ୍ଟୋରାଲ୍ ଭୋଟ୍ ପାଇଥିବା ଟ୍ରମ୍ପ୍ଙ୍କ ପ୍ରଚାର ଅଭିଯାନ କହିଛି, ଏପର୍ଯ୍ୟନ୍ତ ଏହି ନିର୍ବାଚନ ଶେଷ ହୋଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/biden.jpg)