ୱାସିଂଟନ: ୨୦୨୧ ଜାନୁଆରି ୬ ତାରିଖରେ ୟୁଏସ୍ କ୍ୟାପିଟଲ୍ ଆକ୍ରମଣ ମାମଲାରେ ଆଜି ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ କ୍ଷମତାର ‘ଅସାଧାରଣ ବ୍ୟବହାର’ କରିଛନ୍ତି। ଏହି ମାମଲାର ତଦନ୍ତ କରୁଥିବା ହାଉସ୍ କମିଟିର ସଦସ୍ୟ, କର୍ମଚାରୀ ଓ ସାକ୍ଷୀମାନଙ୍କୁ ରାଷ୍ଟ୍ରପତି ଜୋ ବାଇଡେନ୍ ଆଗୁଆ କ୍ଷମା ପ୍ରଦାନ କରିଛନ୍ତି। ପୂର୍ବତନ ଚିକିତ୍ସା ପରାମର୍ଶଦାତା ଆନ୍ଥୋନି ଫଉସି, ଅବସରପ୍ରାପ୍ତ ଜେନେରାଲ୍ ମାର୍କ ମିଲି, ତଦନ୍ତକାରୀ ସଦସ୍ୟ, କର୍ମଚାରୀ ଏବଂ ସାକ୍ଷୀମାନଙ୍କୁ ଆଗୁଆ କ୍ଷମା ପ୍ରଦାନ କରାଯିବା ସଂକ୍ରାନ୍ତ ଘୋଷଣାନାମାରେ ବାଇେଡନ ଦସ୍ତଖତ କରିଛନ୍ତି। ବାଇଡେନ୍ ନିଜ ପଦ ଛାଡ଼ିବାର କିଛି ଘଣ୍ଟା ପୂର୍ବରୁ ଏଭଳି ନିଷ୍ପତ୍ତି ନେବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଏ ନେଇ ଜାରି କରିଥିବା ଏକ ବିବୃତିରେ ସେ କହିଛନ୍ତି, ଏହା ଏକ ଅସାଧାରଣ ପରିସ୍ଥିତି। ଭିତ୍ତିହୀନ ଏବଂ ରାଜନୈତିକ ଉଦ୍ଦେଶ୍ୟରେ ସେମାନଙ୍କ ବିରୋଧରେ କୌଣସି ତଦନ୍ତ ସେମାନଙ୍କ ପରିବାରର ଜୀବନ, ସୁରକ୍ଷା ଏବଂ ଆର୍ଥିକ ନିରାପତ୍ତା କ୍ଷେତ୍ରରେ ବିପର୍ଯ୍ୟୟ ସୃଷ୍ଟି କରିବ। ଏହାକୁ ଦୃଷ୍ଟିରେ ରଖି ଏଭଳି ଅସାଧାରଣ କ୍ଷମତା ବ୍ୟବହାର କରାଯାଇଛି ବୋଲି ବାଇଡେନ ସ୍ପଷ୍ଟ କରିଛନ୍ତି। ତେବେ ହ୍ବାଇଟ୍ ହାଉସ୍ ଛାଡ଼ିବାର ମାତ୍ର କିଛି ଘଣ୍ଟା ପୂର୍ବରୁ ବାଇଡେନଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ବିସ୍ମିତ କରିଛି।
ଶେଷ ମୁହୂର୍ତ୍ତରେ ରାଷ୍ଟ୍ରପତି କ୍ଷମତାର ଅସାଧାରଣ ବ୍ୟବହାର କଲେ ବାଇଡେନ୍
୨୦୨୧ ଜାନୁଆରି ୬ ତାରିଖରେ ୟୁଏସ୍ କ୍ୟାପିଟଲ୍ ଆକ୍ରମଣ ମାମଲାରେ ଆଜି ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ କ୍ଷମତାର ‘ଅସାଧାରଣ ବ୍ୟବହାର’ କରିଛନ୍ତି। ଏହି ମାମଲାର ତଦନ୍ତ କରୁଥିବା ହାଉସ୍ କମିଟିର ସଦସ୍ୟ...
/sambad/media/media_files/2025/01/21/rKdTpZTTg4AospqcSgm2.jpg)
/sambad/media/agency_attachments/2024-07-24t043029592z-sambad-original.webp)