ଲଣ୍ଡନ: ୟୁରୋପ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜି ପ୍ରଥମ ପର୍ଯ୍ୟାୟରେ ବ୍ରିଟେନରେ ପହଞ୍ଚିଛନ୍ତି। ଲଣ୍ଡନର ୧୦ ଡାଉନିଂ ଷ୍ଟ୍ରିଟ୍ରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିବା ପରେ ୱିଣ୍ଡସର କ୍ୟାସେଲରେ ରାଜା ଚାର୍ଲସ ତୃତୀୟଙ୍କୁ ସାକ୍ଷାତ କରିଛନ୍ତି। ଆମେରିକା ଓ ବ୍ରିଟେନ ମଧ୍ୟରେ ସଂପର୍କ ଅତ୍ୟନ୍ତ ମଜଭୁତ ବୋଲି ବାଇଡେନ କହିଛନ୍ତି। ଏହାପରେ ବାଇଡେନ ଲିଥୁଆନିଆର ରାଜଧାନୀ ଭିଲନିୟସଠାରେ ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ନାଟୋ ସମ୍ମିଳନୀରେ ଯୋଗଦେବେ। ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ନାଟୋ ସଦସ୍ୟ ଦେଶଗୁଡ଼ିକ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ତୃତୀୟ ଏବଂ ଚୂଡ଼ାନ୍ତ ପର୍ଯ୍ୟାୟରେ ବାଇଡେନ ଫିନଲାଣ୍ଡ ରାଜଧାନୀ ହେଲସିଙ୍କିକୁ ଯାତ୍ରା କରିବେ। ସେଠାରେ ଆମେରିକା ଏବଂ ଏସବୁ ଅଞ୍ଚଳର ଦେଶଗୁଡ଼ିକର ଶୀର୍ଷ ନେତାମାନଙ୍କ ବୈଠକରେ ଯୋଗଦେଇ ବାଇଡେନ ଆମେରିକା ପ୍ରତ୍ୟାବର୍ତ୍ତନ କରିବେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp