କଏଦୀ ପିଛା ୫ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବିଶ୍ୱର ସବୁଠାରୁ ଦାମୀ ଜେଲକୁ ବନ୍ଦ କରିବାକୁ ବାଇଡେନଙ୍କ ଯୋଜନା

କାଲିଫର୍ଣ୍ଣିଆ: ବିଶ୍ୱର ସବୁଠାରୁ ଦାମୀ ଜେଲ ଭାବେ ପରିଚିତ ଗ୍ବାନ୍ତାନାମୋ ଜେଲକୁ ବନ୍ଦ କରିବାକୁ ଯୋଜନା କରୁଛନ୍ତି ବାଇଡେନ ସରକାର | ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ,ଜେଲ ବନ୍ଦ କରିବାକୁ ବାଇଡେନ ପ୍ରଶାସନ ଗମ୍ଭୀରତାର ସହ ବିଚାର କରୁଛନ୍ତି | ତେବେ ବାଇଡେନ ପ୍ରଥମ ରାଷ୍ଟ୍ରପତି ନୁହନ୍ତି, ତାଙ୍କ ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ବାରାକ ଓବାମା ମଧ୍ୟ ଏହି ଜେଲକୁ ବନ୍ଦ କରିବାକୁ ଉଦ୍ୟମ କରିଥିଲେ | କିନ୍ତୁ ଏଥିରେ ଅସଫଳ ହୋଇଥିଲେ | ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଗ୍ବାନ୍ତାନାମୋ ଜେଲ ସବୁଠାରୁ ଦାମୀ କାହିଁକି ଓ କ’ଣ ପାଇଁ ଏହାକୁ ବନ୍ଦ କରିବାକୁ ଆମେରିକା ସରକାର ଚାହୁଛନ୍ତି |

ସୂଚନା ଥାଉ କି ସେପ୍ଟେମ୍ବର ୧୧, ୨୦୦୧ରେ ଆମେରିକାରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ସେତେବେଳର ବୁଶ ସରକାର ଆଫଗାନିସ୍ତାନ, ଇରାକ ସମେତ ଦୁନିଆର ଅନ୍ୟ କିଛି ଦେଶରୁ ଶତାଧିକ ଆତଙ୍କବାଦୀଙ୍କୁ ଆଣି ଏହି ଜେଲରେ ବନ୍ଦୀ କରି ରଖିଥିଲେ | ଏହି ଜେଲକୁ କ୍ୟୁବାରେ ନିର୍ମାଣ କରାଯାଇଥିବା ବେଳେ କଏଦୀଙ୍କୁ ଅକଥନୀୟ ଯନ୍ତ୍ରଣା ଦିଆଯାଉଥିଲା | ୨୦୦୨ ମସିହାରେ ଏହି ଜେଲର କିଛି ଫଟୋ ଦୁନିଆ ନଜରକୁ ଆସିବା ପରେ ମାନବାଧିକାର କର୍ମୀମାନେ ସ୍ୱର ଉଠାଇଥିଲେ | ପରେ ଏହି ଜେଲକୁ ବନ୍ଦ କରିବାକୁ ଉଭୟ ବାରାକ ଓବାମା ଓ ଟ୍ରମ୍ପ ଉଦ୍ୟମ କରିଥିଲେ | କିନ୍ତୁ ଶାସନକାଳ ସରିଯାଇଥିଲେ ବି ବନ୍ଦ କରିପାରିନଥିଲେ | ବର୍ତ୍ତମାନ ଏହି ଜେଲରେ ୭ ଜଣ କଏଦୀ ଥିବାବେଳେ ୫ ଜଣଙ୍କ ନାମରେ ଆତଙ୍କବାଦୀ ଆକ୍ରମଣ କରିଥିବାର ଅଭିଯୋଗ ରହିଛି | ସେହିପରି ୨ ଜଣଙ୍କ ନାମରେ ଆତଙ୍କବାଦୀ ଆକ୍ରମଣ ପାଇଁ ବୋମା ପ୍ରସ୍ତୁତ ଭଳି ସଂଗୀନ ଅଭିଯୋଗ ରହିଛି |

photo-pbs

ପ୍ରତି କଏଦୀଙ୍କ ପାଇଁ ଖର୍ଚ୍ଚ ହୁଏ ୫.୬ କୋଟି ଟଙ୍କା
ଏହି ଜେଲରେ ରହୁଥିବା ପ୍ରତିଟି କଏଦୀଙ୍କ ପାଇଁ ୫.୬ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ ହୋଇଥାଏ | ଏହା ଛଡା ଏହି ଜେଲର ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ୯ ଶହ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ | ତେଣୁ ମାନବାଧିକାର କର୍ମୀଙ୍କ ବିରୋଧ ସହ ଅତ୍ୟଧିକ ଖର୍ଚ୍ଚକୁ ନଜରରେ ରଖି ଏବେ ଜେଲ ବନ୍ଦ କରିବାକୁ ବାଇଡେନ ପ୍ରଶାସନ ଯୋଜନା କରୁଛି |

ସମ୍ବନ୍ଧିତ ଖବର