କମଳାଙ୍କ ପ୍ରଶଂସାରେ ବାଇଡେନ୍‌ ଶତମୁଖ

ୱାସିଂଟନ : ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ ତାଙ୍କ ଦଳର ଉପ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ୍‌ଙ୍କ ପ୍ରଶଂସାରେ ଶତମୁଖ ହୋଇ ଉଠିଛନ୍ତି। ବାଇଡେନ୍‌ କହିଛନ୍ତି କମଳା ହେଉଛନ୍ତି ଆମେରିକାର ଏକ ଶକ୍ତିଶାଳୀ ସ୍ବର ଏବଂ ଏକ ସଫଳ ଆମେରିକୀୟ କାହାଣୀ। ୫୫ ବର୍ଷୀୟ କମଳା ବହୁ ଘାତପ୍ରତିଘାତ ସହି ରାଜନୀତିରେ ନିଜକୁ ପ୍ରତିଷ୍ଠା କରିପାରିଛନ୍ତି। କମଳାଙ୍କ ପାରିବାରିକ ବିବିଧତା ମଧ୍ୟ ତାଙ୍କ ସଫଳତାର ଅନ୍ୟ ଏକ କାହାଣୀ। ତାଙ୍କ ପିତା ଜାମାଇକାର ଏବଂ ମାତା ଭାରତର। କମଳା ଜଣେ କୃଷ୍ଣକାୟ ମହିଳାଙ୍କୁ ପ୍ରତିନିଧିତ୍ବ କରୁଛନ୍ତି। ଏ ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ସାମ୍ନା‌ କରି କମଳା ସଫଳତା ହାସଲ କରିପାରିଛନ୍ତି ବୋଲି ଜୋ‌ ବାଇଡେନ୍‌ କହିଛନ୍ତି। କମଳା ଏବଂ ତାଙ୍କ ଭିତରେ ଗୋଟିଏ ସାମଞ୍ଜସ୍ୟ ହେଉଛି, ଦୁହେଁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାକୁ ପରିବାର ସୂତ୍ରରୁ ବଳ ପାଇଛନ୍ତି ବୋଲି ବାଇଡେନ୍‌ କହିଛନ୍ତି। ସେ ଓ କମଳା ବିଜୟୀ ହେଲେ ଆମେରିକାର ଯୁବ ବର୍ଗଙ୍କ କଥା ଉଠାଇବେ ଏବଂ ଆମେରିକାରେ ଦେଖା ଦେଇଥିବା ବର୍ଣ୍ଣବୈଷମ ଭେଦଭାବ ଦୂର କରିବେ ବୋଲି ବାଇଡେନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର