ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କର ପ୍ରଥମ ଶିଖର ସମ୍ମିଳନୀ ଆଜି ଜେନେଭାରେ ଆରମ୍ଭ ହୋଇଛି। ଦୁଇ ନେତା ଆଜି ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିବା ଅବସରରେ ହସିହସି କରମର୍ଦ୍ଦନ କରିଥିଲେ। ଆଜି ପ୍ରଥମ ପର୍ଯ୍ୟାୟରେ କେତେକ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହୋଇଥିବା ବେଳେ ଆସନ୍ତାକାଲି ଦ୍ବିପାକ୍ଷିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଦୁଇ ନେତା ଆଲୋଚନା କରିବେ। ରୁଷ୍ ଆମେରିକା ସଂପର୍କ ଏବେ ଅତି ତିକ୍ତ ସ୍ତରରେ ଥିବା ବେଳେ ଏହି ସମ୍ମିଳନୀର ପରିଣାମ ଉପରେ ଅନେକ କିଛି ନିର୍ଭର କରୁଛି। ଆଜି ସମ୍ମିଳନୀ ଆରମ୍ଭରୁ କେତେକ ବିଶୃଙ୍ଖଳା ଦେଖିବାକୁ ମିଳିଛି। ମିଟିଂ ରୁମ୍ ଖୋଲିବାର କିଛି ମିନିଟ୍ ପରେ ଆମେରିକା ଏବଂ ରୁଷ୍ ସାମ୍ବାଦିକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଠେଲାପେଲା ଓ ପ୍ରବଳ ପାଟିତୁଣ୍ଡ ହୋଇଛି। ସାମ୍ବାଦିକମାନେ ମୁଖ୍ୟ କାର୍ଯ୍ୟକ୍ରମ ସ୍ଥଳକୁ ଧସେଇ ପଶିବାବେଳେ ସେମାନଙ୍କୁ ରୁଷ୍ ଏବଂ ଆମେରିକା ସୁରକ୍ଷାକର୍ମୀ ଅଟକାଇ ଥିଲେ।
ବାଇଡେନ୍-ପୁଟିନ୍ଙ୍କ ପ୍ରଥମ ଶିଖର ସମ୍ମିଳନୀ
/sambad/media/post_attachments/wp-content/uploads/2021/06/56fh564f5s64h56fs4h.jpg)