ବାଇଡେନ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ଭାରତୀୟ ଆଇଟି ପେସାଦାରମାନେ ଉପକୃତ ହେବେ

ଓ୍ବାସିଂଟନ : ଭାରତୀୟ ଆଇଟି ପେସାଦାରମାନଙ୍କ ପାଇଁ ଏକ ଆଶ୍ବସ୍ତିଭରା ଖବର । ଏଚ୧-ବି ଭିସାଧାରୀଙ୍କ ପତି ବା ପତ୍ନୀମାନଙ୍କ ଉପରେ ଟ୍ରମ୍ପ ସରକାରଙ୍କ ଅମଳରେ ଲଗାଯାଇଥିବା ଏକ କଟକଣାକୁ ଉଠାଇନେଇଛନ୍ତି ଜୋ ବାଇଡେନ ସରକାର ।

କୁଶଳୀ ବିଦେଶୀ ପେସାଦାରମାନଙ୍କୁ ଆମେରିକାରେ କାମ କରିବାକୁ ଏଚ-୧ବି ଭିସା ପ୍ରଦାନ କରାଯାଇଥାଏ । ମୁଖ୍ୟତଃ ଭାରତୀୟ ଆଇଟି ପ୍ରଫେସନାଲମାନେ ଏହି ଭିସା ପାଇଥାନ୍ତି । ଏଚ-୧ବି ଭିସାଧାରୀମାନଙ୍କ ପତ୍ନୀ କିମ୍ବା ପତି ଏବଂ ସେମାନଙ୍କ ୨୧ ବର୍ଷରୁ କମ ବୟସର ସନ୍ତାନମାନଙ୍କୁ ଏଚ-୪ ଭିସା ପ୍ରଦାନ କରାଯାଇଥାଏ । ଏହି ଭିସା ମାଧ୍ୟମରେ ସେମାନେ ଆମେରିକାରେ କାମ ମଧ୍ୟ କରିପାରୁଥିଲେ । ମାତ୍ର ଟ୍ରମ୍ପ ସରକାରଙ୍କ ଅମଳରେ ଏହା ଉପରେ କଟକଣା ଲଗାଯାଇଥିଲା । ଏବେ ଜୋ ବାଇଡେନ ସରକାର ଏହି କଟକଣା ଉଠାଇ ନେଇଥିବାରୁ ଭାରତୀୟ ଆଇଟି ପେସାଦାରମାନେ ଉପକୃତ ହେବେ । କାରଣ ଏହା ଦ୍ବାରା ସେମାନଙ୍କ ଜୀବନସାଥୀମାନେ ଆମେରିକାରେ କାମ କରିପାରିବେ ।

ସେହିପରି ଏହି ବ୍ୟବସ୍ଥା ମାଧ୍ୟମରେ ଆମେରିକାର ଟେକନଲୋଜୀ କମ୍ପାନିମାନେ ଭାରତ, ଚୀନ ଆଦି ଦେଶର କୁଶଳୀ ପେସାଦାରମାନଙ୍କୁ ଶସ୍ତାରେ ନିଯୁକ୍ତି ଦେଇଥାନ୍ତି ।

ସମ୍ବନ୍ଧିତ ଖବର