ଇସ୍ରାଏଲ୍‌-ପାଲେ‌ଷ୍ଟାଇନ୍‌ ସଂଘର୍ଷର ଏକମାତ୍ର ପ୍ରତିକାର ହେଉଛି ‘ଟୁ-ଷ୍ଟେଟ୍‌ ସଲ୍ୟୁସନ୍‌’: ଜୋ ବାଇଡେନ୍‌

ଗାଜା ପୁନଃନିର୍ମାଣରେ ସହାୟତା ପାଇଁ ପ୍ରତିଶ୍ରୁତି ଦେଲେ ବାଇଡେନ୍‌

ୱାସିଂଟନ୍‌: ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନ୍‌ ବିବାଦର ଏକମାତ୍ର ପ୍ରତିକାର ‘ଟୁ-ଷ୍ଟେଟ୍‌ ସଲ୍ୟୁସନ୍‌’ ବୋଲି ଶୁକ୍ରବାର ଦିନ ହ୍ବାଇଟ୍‌ ହାଉସ୍‌ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। (‘ଟୁ-ଷ୍ଟେଟ୍‌ ସଲ୍ୟୁସନ୍‌’ ହେଉଛି ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌କୁ ଦୁଇଟି ପୃଥକ୍‌ ରାଷ୍ଟ୍ର ଘୋଷଣା କରାଯିବା ନିମନ୍ତେ ଆଗତ ପ୍ରସ୍ତାବ। କିନ୍ତୁ ପାଲେଷ୍ଟାଇନ୍‌ ଏହାକୁ ପ୍ରତ୍ୟାଖାନ କରିଛି।)

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ମଧ୍ୟ ଡେମ‌ୋକ୍ରେଟିକ୍‌ ପାର୍ଟି ଇସ୍ରାଏଲ୍‌କୁ ସମର୍ଥନ କରୁଛି। କିନ୍ତୁ, ଇସ୍ରାଏଲୀୟ ଏବଂ ହମାସ୍‌ଙ୍କ ମଧ୍ୟରେ ଘୋଷିତ ଅସ୍ତ୍ରବିରତି ବଜାୟ ରଖିବାକୁ ମୁଁ ଅନୁରୋଧ କରୁଛି। ଏହାଛଡ଼ା, ଗାଜାର ପୁନଃନିର୍ମାଣ ଲାଗି ଅନ୍ୟାନ୍ୟ ରାଷ୍ଟ୍ରଙ୍କ ସହ ମିଶି ବଡ଼ ପ୍ୟାକେଜ୍‌ଟିଏ ଗଢ଼ିବି ବୋଲି କଥା ଦେଉଛି।

Image Courtesy of NDTV

ସ୍ପଷ୍ଟ କରି କହିବାକୁ ଗଲେ ଗୋଟାଏ ସ୍ବାଧୀନ ଇହୁଦୀ ରାଷ୍ଟ୍ର ଭାବେ ଇସ୍ରାଏଲ୍‌ର ଅବସ୍ଥିତିକୁ ସ୍ବୀକାର ନ କରିବା ପର୍ଯ୍ୟନ୍ତ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ନାହିଁ। ତେଣୁ, ପାଲେଷ୍ଟାଇନୀୟମାନେ ଇସ୍ରାଏଲ୍‌ର ଅବସ୍ଥିତିକୁ ସ୍ବୀକୃତି ଦେବା ଉଚିତ ବୋଲି ବାଇଡେନ୍‌ କହିଛନ୍ତି।

ଉଭୟଙ୍କ ମଧ୍ୟରେ ଅସ୍ତ୍ରବିରତି ପାଇଁ ଅନ୍ତରାଳରେ କାର୍ଯ୍ୟ କରିଥିବା ବାଇଡେନ୍‌ ପ୍ରଶାସନ କହିଛି ଯେ, ହମାସମାନେ ଯେମିତି ଆଉ ସାମରିକ ଆଗ୍ନେୟାସ୍ତ୍ର ଠୁଳ ନ କରି ପାରନ୍ତି, ସେଥିପ୍ରତି ଦୃଷ୍ଟି ଦିଆଯାଇ ସହାୟତା ଯୋଗାଇ ଦିଆଯିବ। ସହାୟତା ଗ୍ରହଣରେ ସମନ୍ବୟ ରକ୍ଷା କରାଇବେ ହମାସ-ବିରୋଧୀ ପାଲେ‌ଷ୍ଟାଇନୀୟ କର୍ତ୍ତୃପକ୍ଷ। ‘ହୁମାନିଟେରିଆନ୍‌’ ଅଧିକାରୀମାନଙ୍କ କହିବା ଅନୁସାରେ, ଗାଜାର ପୁନଃନିର୍ମାଣ ଲାଗି ବ୍ୟାପକ ଅର୍ଥ ଆବଶ୍ୟକ ହେବ।

ସମ୍ବନ୍ଧିତ ଖବର