ଭାରତ ସହିତ ବ୍ୟକ୍ତିଗତ ସଂପର୍କ କଥା କହିଥିଲେ ବାଇଡେନ

ମୋଦୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଆୟୋଜନ କରିଥିଲେ ବାଇଡେନ

ନୂଆଦିଲ୍ଲୀ: ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିବାକୁ ଯାଉଛନ୍ତି। ଏବେ ବାଇଡେନ୍‌ଙ୍କର ଭାରତ ସହିତ ପୁରୁଣା ସଂପର୍କ‌ ମଧ୍ୟ ଚର୍ଚ୍ଚାକୁ ଆସିଛି। ୨୦୧୩ରେ ଥରେ ବାଇଡେନ ଏଭଳି ଏକ ପ୍ରଶ୍ନର ଜବାବ ଦେଇଥି‌ଲେ, ଯାହାକି ଭାରତ ସହିତ ତାଙ୍କର ବ୍ୟକ୍ତିଗତ ସଂପର୍କ ଉପରେ ଆଧାରିତ ଥିଲା। ୨୦୧୩ରେ ଉପରାଷ୍ଟ୍ରପତି ଥିବା ବେଳେ ବାଇଡେନ ମୁମ୍ବାଇ ଆସିଥିଲେ ଏବଂ ମୁମ୍ବାଇରେ ତାଙ୍କର ଦୂର ସଂପର୍କୀୟ ରହୁଥିବା କହିଥିଲେ।୧୯୭୨ରେ ସେ ‌ସିନେଟ୍‌ ସଭ୍ୟ ଥିବା ବେଳେ ମୁମ୍ବାଇରେ ରହୁଥିବା ଜଣେ ବାଇଡେନ୍‌ ପରିବାର ସଦସ୍ୟଙ୍କ ପତ୍ର ତାଙ୍କୁ ମିଳିଥିଲା। ଜୋ ବାଇଡେନ୍‌ ଏବଂ ମୁମ୍ବାଇରେ ରହୁଥିବା ବାଇଡେନ ପରିବାରର ପୂର୍ବଜ ଏକ ଥିଲେ ଏବଂ ସେମାନେ ଇଷ୍ଟ୍‌ ଇଣ୍ଡିଆ କମ୍ପାନିରେ କାମ କରୁଥିଲେ।

ନୂଆଦିଲ୍ଲୀ: ବାଇଡେନ୍‌ ଯେତେବେଳେ ଆମେରିକାର ଉପ ରାଷ୍ଟ୍ରପତି ଥିଲେ ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ୱାସିଂଟନରେ ମଧ୍ୟାହ୍ନ ଭୋଜନ ଆୟୋଜନ କରିଥିଲେ। ମୋଦୀ ଏବେ ବି ପ୍ରଧାନମନ୍ତ୍ରୀ ଅଛନ୍ତି ଏବଂ ବାଇଡେନ ରାଷ୍ଟ୍ରପତି ପଦରେ ଆସୀନ ହେବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ ଦୁଇ ନେତାଙ୍କ ମଧ୍ୟରେ କେମିଷ୍ଟ୍ରି ଭାରତ-ଆମେରିକା ସଂପର୍କକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି । ଏବେ ଭାରତ-ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସଂପର୍କ ଅତି ନିବିଡ଼ ରହିଛି ଏବଂ ଭାରତକୁ ଆମେରିକା ଜଣେ ବଡ଼ ସହଯୋଗୀ ଭାବେ ଗ୍ରହଣ କରିଛି। ଏହି ସଂପର୍କକୁ ଅତୁଟ ରଖିବା ଦିଗରେ ବାଇଡେନ କାର୍ଯ୍ୟ କରିବେ ବୋଲି କୁହାଯାଉଛି। ବାଇଡେନ୍‌ ଏବଂ କମଳା ହାରିସ୍‌ ଭାରତୀୟଙ୍କ ‌ଭୋଟ୍‌ ହାସଲ ପାଇଁ ପୂରା ପ୍ରୟାସ କରିଥିଲେ ଏବଂ ଭାରତୀୟଙ୍କ ମନ ଜିଣିବା ଭଳି କାର୍ଯ୍ୟ କରିଥିଲେ। ବାଇଡେନ ତାଙ୍କର ନୀତିକୁ ଭାରତ ସପକ୍ଷବାଦୀ ବୋଲି ପ୍ରମାଣ କରିବାକୁ ଜୋର୍‌ଦାର ପ୍ରୟାସ କରିଥିଲେ। ଉଭୟ ନେତା ମନ୍ତ୍ର ଉଚ୍ଚାରଣ ଦ୍ବାରା ସେମାନଙ୍କ ପ୍ରଚାର ଆରମ୍ଭ କରିଥିଲେ।

ୱାସିଂଟନ: ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଜୋ ବାଇଡେନ୍‌ ପ୍ରାଥମିକତା ଭିତ୍ତିରେ ୧୧ ନିୟୁତ ପ୍ରବାସୀଙ୍କୁ ଆମେରିକାର ନାଗରିକତ୍ବ ପ୍ରଦାନ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ୧୧ ନିୟୁତ ପ୍ରବାସୀଙ୍କ ମଧ୍ୟରେ ୫ ଲକ୍ଷ ଭାରତୀୟ ପ୍ରବାସୀ ରହିଛନ୍ତି ଯେଉଁମାନଙ୍କୁ ବାଇଡେନ୍‌ ପ୍ରଶାସନ ଆମେରିକାର ନାଗରିକତ୍ବ ପ୍ରଦାନ କରିବା ସମ୍ଭାବନା ରହିଛି।। ବାଇଡେନ୍‌ ଆମେରିକା କଂଗ୍ରେସରେ ଖୁବ୍‌ ଶୀଘ୍ର ପ୍ରବାସୀ ସଂସ୍କାର ବିଧେୟକ ଆଣିବେ। ଏଥିନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାଫଳରେ ୧୧ ନିୟୁତ ପ୍ରବାସୀଙ୍କୁ ଆମେରିକାର ନାଗରିକତ୍ବ ପ୍ରଦାନ କରାଯିବ। ଏଥିରେ ୫ ଲକ୍ଷ ଭାରତୀୟ ମଧ୍ୟ ସାମିଲ୍‌ ଅଛନ୍ତି। ପରିବାର ସହ ଆପ୍ରବାସନକୁ ବାଇଡେନ୍‌ ପ୍ରଶାସନ ସମର୍ଥନ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର