୨୦ରେ ଆମେରିକାର ୪୬ତମ ରାଷ୍ଟ୍ରପତିଭାବେ ଶପଥ ନେବେ ବାଇଡେନ, ନୂଆ ସରକାରରେ ଭାରତୀୟ ବଂଶୋଦ୍ଭବଙ୍କୁ ପ୍ରାଧାନ୍ୟ

ଓ୍ବାସିଂଟନ : ଆସନ୍ତା ଜାନୁଆରି ୨୦ ତାରିଖରେ ଡେମୋକ୍ରାଟିକ ଦଳର ନେତା ଜୋ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ଚଳିତ ସପ୍ତାହରେ ହିଁ ଆମେରିକାର ଇଲେକ୍ଟରାଲ କଲେଜ ଜୋ ବାଇଡେନ ନିର୍ବାଚନରେ ଜିତିଥିବା ଘୋଷଣା କରିଥିଲା ।

ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ଆମେରିକାର ଉପରାଷ୍ଟ୍ରପତିଭାବେ ଶପଥ ଗ୍ରହଣ କରିବେ ।  ଆମେରିକାର ଉପରାଷ୍ଟ୍ରପତି ପରି ଏକ କ୍ଷମତାଶାଳୀ ପଦବୀରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ବଂଶୋଦ୍ଭବ ଆସୀନ ହେବେ । କେବେଳ ଏତିକି ନୁହେଁ, ଆଉ କେତେକ ଭାରତୀୟ ବଂଶୋଦ୍ଭବଙ୍କୁ ବାଇଡେନ ପ୍ରଶାସନ ଉଚ୍ଚ ପଦବୀ ଦେବାର ସମ୍ଭାବନା ରହିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ନିରା ଟଣ୍ଡନ, ଡ. ବିବେକ ମୂର୍ତ୍ତି, ଡ. ଅତୁଲ ଗାଓ୍ବାଣ୍ଡେ ପ୍ରମୁଖ । ଡ. ମୂର୍ତ୍ତି ବାଇଡେନଙ୍କ ଦ୍ବାରା ଗଠିତ କୋଭିଡ ଟାସ୍କଫୋର୍ସର ସହ-ଅଧ୍ୟକ୍ଷ ଅଛନ୍ତି । ସେହିପରି ଡ. ଅରୁଣ ମଜୁମଦାର ଓ ଡ. ରାହୁଲ ଗୁପ୍ତା ମଧ୍ୟ ବାଇଡେନଙ୍କ ଟିମରେ ସ୍ଥାନ ପାଇବାର ସମ୍ଭାବନା ରହିଛି ।

 

ସମ୍ବନ୍ଧିତ ଖବର