ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ନେଟିଜେନ୍ (ନେଟ୍ ବ୍ୟବହାରକାରୀ)ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥର ସେ ଏକ ମଞ୍ଚରେ ଆମେରିକାକୁ ଗୋଟିଏ ଶବ୍ଦରେ ବର୍ଣ୍ଣନା କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଶବ୍ଦଟି ତାଙ୍କର ମନେପଡ଼ିଲା ନାହିଁ ଏବଂ ଭାଷଣ ମଝିରେ ସେ ଥଙ୍ଗେଇବାକୁ ଲାଗିଲେ। ତାଙ୍କର ଏହି ଉପହାସକର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଟ୍ବିଟରରେ ସେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ମଞ୍ଚରେ ବାଇଡେନ କହିଲେ ଯେ ସେ ଗୋଟିଏ ଶବ୍ଦ ଜାଣିଛନ୍ତି ଯାହାଦ୍ବାରା ଆମେରିକାକୁ ଯଥାର୍ଥରୂପେ ବର୍ଣ୍ଣନା କରିହେବ। କିନ୍ତୁ ଏହାପରେ ଶବ୍ଦଟି ତାଙ୍କର ମନେ ପଡ଼ିଲାନି ଏବଂ ଭାଷଣ ମଝିରେ ସେ ଥଥମମ ହେଲେ। ୭୯ ବର୍ଷୀୟ ଆମେରିକୀୟ ରାଷ୍ଟ୍ରପତି ଆଗରୁ ଅନେକ ଥର ଭାଷଣ ମଝିରେ ଥଙ୍ଗେଇ ବା ଭୁଲଭାଲ କଥା କହି ଉପହସିତ ହୋଇଥିବାର ନଜିର ଅଛି। ବୟସାଧିକ୍ୟ ହେତୁ ସ୍ମୃତିବିଭ୍ରମ ଏହାର କାରଣ ହୋଇପାରେ ବୋଲି କୁହାଯାଉଛି।
ଗୋଟିଏ ଶବ୍ଦରେ ଆମେରିକାକୁ ବର୍ଣ୍ଣନା କରିବାକୁ ଯାଇ ଥଙ୍ଗେଇଲେ ବାଇଡେନ: ଭିଡିଓ ଭାଇରାଲ
/sambad/media/post_attachments/wp-content/uploads/2022/06/biden-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)