ୱାସିଂଟନ୍ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆସନ୍ତା ୨୫ ତାରିଖରେ ପୋଲାଣ୍ଡ ଗସ୍ତ କରିବେ। ରୁଷ୍-ୟୁକ୍ରେନ୍ ଯୁଦ୍ଧ ପାଇଁ ଭୟଙ୍କର ମାନବୀୟ ଏବଂ ମାନବାଧିକାର ସଙ୍କଟ ଦେଖାଦେଇଥିବାବେଳେ ବାଇଡେନ୍ ତାଙ୍କ ପୋଲାଣ୍ଡ୍ ଗସ୍ତ ସମୟରେ ଏହି ସଙ୍କଟ ସଂକ୍ରାନ୍ତରେ ଆଲୋଚନା କରିବେ। ହ୍ବାଇଟ୍ ହାଉସ୍ ପ୍ରବକ୍ତା ଏନେଇ ସୂଚନା ଦେଇଛନ୍ତି। ବାଇଡେନ୍ ତାଙ୍କ ପୋଲାଣ୍ଡ୍ ପ୍ରତିପକ୍ଷ ଆଣ୍ଡ୍ରେଜ ଡୁଡ଼ାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ପାଇଁ ୱାରସ ଗସ୍ତ କରିବେ ବୋଲି ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି। ୟୁକ୍ରେନ୍କୁ ଅନ୍ତର୍ଜାତୀୟ ସହାୟତା ଦେବା ସଂକ୍ରାନ୍ତରେ ବାଇଡେନ୍ ବ୍ରସେଲ୍ସରେ ନାଟୋ ସହଯୋଗୀ, ଜି୭ ନେତା ଏବଂ ୟୁରୋପୀୟ ସଂଘର ନେତାମାନଙ୍କ ସହ ଆଲୋଚନା କରିବାର ଦିନକ ପରେ ପୋଲାଣ୍ଡ ଗସ୍ତ କରିବେ।
୨୫ରେ ପୋଲାଣ୍ଡ ଯିବେ ବାଇଡେନ୍
/sambad/media/post_attachments/wp-content/uploads/2022/03/biden1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)