ୱାସିଂଟନ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଳା ହାରିସ୍ ଆଜି ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି। ବାଇଡେନ କହିଛନ୍ତି ସେ ଏଭଳି ଏକ ରାଷ୍ଟ୍ରପତି ହେବା ପାଇଁ ପ୍ରତିଜ୍ଞା ନେଉଛନ୍ତି, ଯିଏ ସମାଜକୁ ଯୋଡ଼ିବା ଏବଂ କ୍ଷତକୁ ଉପଶମ କରିବା ପାଇଁ ଅହରହ କାର୍ଯ୍ୟ କରିବ। ଲୋକଙ୍କ ମଧ୍ୟରେ ବିଭାଜନକୁ ରୋକିବା ଏବଂ ସମସ୍ତଙ୍କର କଲ୍ୟାଣ ପାଇଁ କାମ କରିବାକୁ ସେ ସର୍ବୋଚ୍ଚ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ତାଙ୍କର ବିଜୟ ସମସ୍ତ ଆମେରିକାବାସୀଙ୍କ ବିଜୟ ବୋଲି ବାଇଡେନ କହିଛନ୍ତି। ଯେଉଁମାନେ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କୁ ଭୋଟ୍ ଦେଇଛନ୍ତି ସେମାନଙ୍କ ହତାଶା ମୁଁ ବୁଝିପାରୁଛି। କିନ୍ତୁ ଏବେ ପରସ୍ପରକୁ ସହଯୋଗ କରି ଆଗକୁ ବଢ଼ିବାର ସମୟ ଆସିଛି ବୋଲି ବାଇଡେନ କହିଛନ୍ତି।
କମଳା ହାରିସ୍ ତାଙ୍କର ବିଜୟ ଉଦ୍ବୋଧନରେ କହିଥିଲେ ଯେ ଆମ ପାଖରେ ଏବେ ସୁନ୍ଦର ଭବିଷ୍ୟତ ନିର୍ମାଣ ପାଇଁ ଶକ୍ତି ଅଛି। ଆମ ଉପରେ ବିଶ୍ବାସ କରିଥିବାରୁ ମୁଁ କୃତଜ୍ଞ ଏବଂ ସମସ୍ତଙ୍କୁ ନେଇ ଆଗକୁ ବଢ଼ାଇବାକୁ ଆମେ ସଂକଳ୍ପବଦ୍ଧ ବୋଲି ସେ କହିଥିଲେ।
ବିଜୟ ପରେ ଦେଶବାସୀଙ୍କୁ ବାଇଡେନ୍ଙ୍କ ଉଦ୍ବୋଧନ, ଆମେରିକାବାସୀଙ୍କ ବିଜୟ
/sambad/media/post_attachments/wp-content/uploads/2020/11/biden3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)