ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଅନୁପସ୍ଥିତି କୌଣସି ଫରକ କି ପ୍ରଭାବ ପକାଇନି। ଏକଥା ଆଜି ପୁଣିଥରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଟିପ୍ପଣୀ ସ୍ପଷ୍ଟ କରିଦେଇଛି। ବାଇଡେନଙ୍କ ସହ ଥିବା ଆମେରିକା ଗଣମାଧ୍ୟମ ପ୍ରତିନିଧି ଆଜି ତାଙ୍କୁ ସମ୍ମିଳନୀରେ ଜିନପିଙ୍ଗଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ କରିବା ସମୟରେ ସେ କହିଥିଲେ, ‘ଜିନପିଙ୍ଗ ଜି-୨୦ ସମ୍ମିଳନୀକୁ ଆସିଥିଲେ ଭଲ ହୋଇଥାନ୍ତା। କିନ୍ତୁ ଜିନପିଙ୍ଗଙ୍କ ଅନୁପସ୍ଥିତି କିଛି ଫରକ ପକାଇନି। ଏଠି ସବୁକିଛି ଭଲ ଚାଲିଛି ବୋଲି ବାଇଡେନ କହିଛନ୍ତି।
ଜିନପିଙ୍ଗଙ୍କ ଅନୁପସ୍ଥିତି ନେଇ ବାଇଡେନଙ୍କ ଟିପ୍ପଣୀ: ଆସିଥିଲେ ଭଲ ହୋଇଥାନ୍ତା, କିନ୍ତୁ ସବୁକିଛି ଭଲ ଚାଲିଛି
/sambad/media/post_attachments/wp-content/uploads/2023/09/Biden-on-Xi-Jinpings-Absent_G20_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)