ଚୀନ୍‌କୁ ବାଇଡେନ୍‌ଙ୍କ ଚେତାବନୀ, ମୁକାବିଲା ମୁହାଁମୁହିଁ ହେବ

ୱାସିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚୀନ୍‌କୁ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଆମେରିକା ଏବେ ତା’ର ପୂର୍ବ ଧାରାକୁ ଫେରିଛି ଏବଂ ଚୀନ୍‌ ପଟୁ ଆସୁଥିବା ଯେ କୌଣସି ଚ୍ୟାଲେଂଜକୁ ଆମେ ମୁହାଁମୁହିଁ ସମ୍ମୁଖୀନ ହେବୁ। ଚୀନ୍‌ ଦ୍ବାରା ଚାଲିଥିବା ଆର୍ଥିକ ଶୋଷଣକୁ ଆମେରିକା ସଫଳତାର ସହ ମୁକାବିଲା କରିବ ଏବଂ ମାଧବାଧିକାର ଓ ବୌଦ୍ଧିକ ସମ୍ପତ୍ତି ଉପରେ ଚୀନ୍‌ର ଆକ୍ରମଣକୁ ପ୍ରତିହତ କରାଯିବ ବୋଲି ବାଇଡେନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର