ଉତ୍ତରପ୍ରଦେଶରେ ବଡ଼ ଧରଣର ଦୁର୍ଘଟଣା: କାର୍-ବସ୍‌ ମୁହାଁମୁହିଁ, ୭ ମୃତ, ୩୨ ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପିଲ୍‌ଭିଟ୍‌ ଜିଲ୍ଲାର ପୁରାଣପୁର ଅଂଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଜାଣିବାକୁ ମିଳିଛି ଯେ ଏକ ଦ୍ରୁତଗାମୀ କାର୍ ଓ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ବସ୍‌ ସହ ଧକ୍କା ହୋଇ କାର୍‌ଟି ଓଲଟି ପଡ଼ିଥିବା ସୂଚନା ରହିଛି। । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥବା ବେଳେ ୩୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ପରେ ପିଲଭିଟ୍ ପୁଲିସ୍‌ ଓ ସ୍ଥାନୀୟ ଲୋକ ମିଶି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ ଶନିବାର ସକାଳ ୩ଟାରୁ ୪ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଜାଣିବାକୁ ମିଳିଛି ଯେ ଦୁର୍ଘଟଣା ସମୟରେ ବସ୍‌ରେ ପ୍ରାୟ ୪୦ ଯାତ୍ରୀ ଏବଂ ବୋଲେରୋରେ ୧୦ ଜଣ ଯାତ୍ରୀ ଥିଲେ।

ସମ୍ବନ୍ଧିତ ଖବର