ବିଜୟୱାଡା ଥର୍ମାଲ ପାୱାର ଷ୍ଟେସନରେ ଥିବା ଲିଫ୍ଟର ତାର ଛିଡିବାରୁ ୩ଜଣଙ୍କ ମୃତ୍ୟୁ

ଅମରାବତୀ: ବିଜୟୱାଡା ଥର୍ମାଲ ପାୱାର ଷ୍ଟେସନ(ଭିଟିପିଏସ)ରେ ଥିବା ଲିପ୍ଟର ତାର ଛିଡିବାରୁ ୩ଜଣଙ୍କ ମୃତ୍ୟୁ। ଶନିବାର ଆନ୍ଧ୍ରପ୍ରଦେଶରେ ଥିବ‌ା ଭିଟିପିଏସରେ ଏହି ବଡ଼ ଦୁର୍ଘଟଣା ଘଟିଛି। ସୂଚନାନୁସାରେ, ଏଠାରେ ଥିବା ଲିଫ୍ଟର ତାର ଛିଡିଯିବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି ଯେ ଦୁର୍ଘଟଣା ସମୟରେ ଲିଫ୍ଟ ଭିତରେ ୮ଜଣ ଲୋକ ଉପସ୍ଥିତ ଥିଲେ।

ସୂଚନା ମୁତାବକ, ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଭିଟିପିଏସ୍ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବହୁ କଷ୍ଟ ପରେ ଆହତମାନଙ୍କୁ ବାହାରକୁ ବାହାର କରାଯାଇଥିଲା। ଭିଟିପିଏସ୍ କର୍ମଚାରୀ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ୩ଜଣକର ମୃତ୍ୟୁ ହୋଇଥିଲା। ଏବେ ଘଟଣା ବିଷୟରେ ଖବର ପାଇ ପୁଲିସ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

ତେବେ ଏହା ପୂର୍ବରୁ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଲିପ୍ଟରୁ ଖସି ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିଲା। ଗ୍ରେଟର ନୋଏଡାର ନଲେଜ୍ ପାର୍କ ପୁଲିସ୍ ଷ୍ଟେସନ୍ ଅଞ୍ଚଳର ସେକ୍ଟର ୧୫୦ରେ ଏକ କୋଠାରେ ନିର୍ମାଣ କାର୍ଯ୍ୟ ଚାଲିଥିଲା। ବିଲଡିଂର ନିର୍ମାଣ କାର୍ଯ୍ୟ ସମୟରେ ଉପର ମହଲାରେ ସାମଗ୍ରୀ ପହଞ୍ଚାଇବା ପାଇଁ ଏକ ଅସ୍ଥାୟୀ ଲିଫ୍ଟ ସ୍ଥାପନ କରାଯାଇଥିଲା। କମ୍ପାନି ତରଫରୁ କାମ କରୁଥିବା ୨୮ବର୍ଷିୟ ଇଞ୍ଜିନିୟର ହ୍ରିତିକ ରାଠୋର ଏହି ଅସ୍ଥାୟୀ ଲିଫ୍ଟରୁ ଜିନିଷ କାଢ଼ିବା ପାଇଁ ଲିପ୍ଟ ଉପରକୁ ଯିବା ପରେ ଲିପ୍ଟଟି ୨୫ମହଲା ତଳକୁ ଖସି ଯାଇଥିଲା। ଏହା ଫଳରେ ହ୍ରିତିକଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର