ନୂଆଦିଲ୍ଲୀ: ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ କୃପାଳୁ ମହାରାଜଙ୍କ ବଡ଼ ଝିଅଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଦୁଇଝିଅଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି। ମୃତ ବଡ଼ଝିଅଙ୍କ ନାମ ବିଶାଖା ତ୍ରିପାଠୀ ଥିବା ବେଳେ ଗୁରୁତର ଥିବା ଦୁଇଝିଅଙ୍କ ନାମ କୃଷ୍ଣା ତ୍ରିପାଠୀ ଓ ଶ୍ୟାମା ତ୍ରିପାଠୀ ଥିବା ଜଣାପଡ଼ିଛି। ଦୁହେଁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଖବର ମୁତାବକ, ଇନେଭା ହାୟ କ୍ରସ ଯୋଗେ ବିଶାଖା ତ୍ରିପାଠୀ, କୃଷ୍ଣା ତ୍ରିପାଠୀ ଓ ଶ୍ୟାମା ତ୍ରିପାଠୀ ସିଙ୍ଗାପୁର ଯିବା ପାଇଁ ଦିଲ୍ଲୀ ଏୟାରପୋର୍ଟ ଅଭିମୁଖେ ଯାଉଥିଲେ। ଏହି ସମୟରେ ଦନକୌର ଥାନା ଅଞ୍ଚଳରେ ଯମୁନା ଏକ୍ସପ୍ରେସୱେରେ ୮ କିମି ବୋର୍ଡ ନିକଟରେ ଏକ କଣ୍ଟେନର ୩ ଭଉଣୀଙ୍କ ଗାଡ଼ି ସହିତ ଟୟୋଟା କେମରିକୁ ପଛଆଡ଼ୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ୩ ଭଉଣୀଙ୍କ ସମେତ ଅନ୍ୟ ୪ଜଣଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ଦିଲ୍ଲୀସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ବିଶାଖା ତ୍ରିପାଠୀଙ୍କ ମୃତ୍ୟୁ ହୋଇଯାଇଥିଲା ବେଳେ ଅନ୍ୟ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି।
ମୃତ ବିଶାଖା କୃପାଳୁ ପରିଷଦ (କୃପାଳୁ ଧାମ, ମାନଗଡ଼)ର ଅଧ୍ୟକ୍ଷ ଥିଲେ । ଏଥିସହିତ ସେ ଟ୍ରଷ୍ଟର ଶିକ୍ଷା ସଂସ୍ଥା ଓ ହସ୍ପିଟାଲଗୁଡ଼ିକର କାମ ମଧ୍ୟ ଦେଖୁଥିଲେ ।