ପୃଥିବୀଠାରୁ ଖୁବ ନିକଟରେ ଗତି କରିବ ଉଲକା ପିଣ୍ଡ , ଘଣ୍ଟା ପ୍ରତି ୧୯୦୦୦ କିଲୋମିଟର ରହିବ ବେଗ

ନ୍ୟୁୟର୍କ: ଆସନ୍ତାକାଲି ପୃଥିବୀ ଠାରୁ ଖୁବ ନିକଟ ଦେଇ ଗତି କରିବ ଏକ ବିଶାଳ ଉଲକା ପିଣ୍ଡ | ୨୯ ଏପ୍ରିଲରେ ପୃଥିବୀର ଖୁବ ନିକଟକୁ ଆସିବ ଏହି ଉଲକା ପିଣ୍ଡ | ଆମେରିକାର ସ୍ପେସ୍ ଏଜେନ୍ସି ନାସା ଅନୁଯାୟୀ ଏହାର ବେଗ ଘଣ୍ଟା ପ୍ରତି ୧୯୦୦୦ କିଲୋମିଟର ହେବ। ତଥାପି, ଲୋକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, କାରଣ ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଉଲକା ପୃଥିବୀକୁ ଆସିବାର ସମ୍ଭାବନା ନାହିଁ |

ନାସାର ସେଣ୍ଟର ଫର ଆର୍ଥ ନିୟର ଷ୍ଟଡ଼ିଜ ର ରିପୋର୍ଟ ମୁତାବକ ଆସନ୍ତାକାଲି ସକାଳ ପ୍ରାୟ ୫:୫୬ ରେ, ଏହି ଉଲକା ପୃଥିବୀ ପାର୍ଶ୍ୱ ଦେଇ ଗତି କରିବ | ବୈଜ୍ଞାନିକଙ୍କ ଅନୁଯାୟୀ ଏହି ଉଲକା ପୃଥିବୀ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ତେଣୁ ଉଲକା ଯଥେଷ୍ଟ ବଡ଼ ହୋଇଥିଲେ ବି ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ |

ଏଠାରେ ସୂଚନା ଥାଉ କି ଅନେକ ଉଲକାପିଣ୍ଡ ଲକ୍ଷ ଲକ୍ଷ ସଂଖ୍ୟାରେ ଥିବାବେଳେ ଆକାରରେ ୧ ମିଟରରୁ ଆରମ୍ଭ ହୋଇ ଶହ ଶହ କିଲୋମିଟର ପର୍ଯ୍ୟନ୍ତ ହୋଇଥାଏ । ତେବେ ବେଳେବେଳ ଏହି ଉଲକାଗୁଡିକ ପୃଥିବୀର ମାଧ୍ୟକର୍ଷଣ ଶକ୍ତି ଦ୍ବାରା ପୃଥିବୀ ଆଡକୁ ଆକର୍ଷିତ ହୋଇଥାନ୍ତି । ସେଥିରୁ ୯୯ ପ୍ରତିଶତ ପୃଥିବୀ ପୃଷ୍ଠରେ ପଡିବା ପୂର୍ବରୁ ବାୟୁମଣ୍ଡଳରେ ପୋଡି ପାଉଁଶ ହୋଇଯାଇଥାଏ । ତେବେ ବଡ ଉଲକା ପୃଥିବୀରେ ପଡିଲେ ବିପୁଳ କ୍ଷୟକ୍ଷତି ଘଟାଇବାର ସମ୍ଭାବନା ଥାଏ।

ସମ୍ବନ୍ଧିତ ଖବର