୧୮ ବର୍ଷରେ ୮ ବଡ଼ ଆକ୍ରମଣ

ନଭେମ୍ବର ୨୯, ୨୦୧୬: ଆତଙ୍କବାଦୀମାନେ ୧୬୬ ଆର୍ମି ୟୁନିଟ୍‌ର ନାଗ୍‌ରୋଟା ସ୍ଥିତ କ୍ୟାମ୍ପ୍‌ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ୭ ଯଣ ଯବାନ ଏବଂ ୨ ଅଫିସର ସହିଦ ହୋଇଯାଇଥିଲେ।
ସେପ୍ଟେମ୍ବର ୧୮, ୨୦୧୬: ବାରମୂଳା ଜିଲ୍ଲାର ଉରିରେ ଅବସ୍ଥିତ ସେନା କ୍ୟାମ୍ପ୍‌ ଉପରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୧୭ ଜଣ ଯବାନ ସହିଦ ହୋଇଯାଇଥିଲେ। ନିୟନ୍ତ୍ରଣ ରେଖା ଅଂଚଳରେ ଥିବା ଏହି କ୍ୟାମ୍ପ୍‌ରେ ଭୋର୍‌ ୪ଟା ବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ସମସ୍ତ ୪ ଜଣ ଆତଙ୍କବାଦୀଙ୍କୁ ସେନା ନିପାତ କରିଥିଲା।
ଜୁନ୍‌ ୨୫, ୨୦୧୬: ଶ୍ରୀନଗର ନିକଟ ପାମ୍ପୋରରେ ସିଆର୍‌ପିଏଫ୍‌ ଯବାନଙ୍କ ବସ୍‌ ଉପରେ ଆକ୍ରମଣ ଯୋଗୁଁ ୮ ଜଣ ଯବାନ ସହିଦ ହୋଇଯାଇଥିଲେ। ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ ଉପରେ ଏହି ଆକ୍ରମଣ ହୋଇଥିଲା।
ଫେବ୍ରୁଆରି ୨୧, ୨୦୧୬: ଶ୍ରୀନଗରରେ ଏକ ସରକାରୀ କାର୍ଯ୍ୟାଳୟକୁ ଆତଙ୍କବାଦୀମାନେ କବ୍‌ଜା କରିନେବା ପରେ ସେଠାରେ ହୋଇଥିବା ଗୁଳି ବିନିମୟରେ ୩ ସେନା କମାଣ୍ଡୋ ସହିଦ ହୋଇଯାଇଥିଲେ।
ଜାନୁଆରି ୧, ୨୦୧୬: ପଠାନକୋଟ ବାୟୁସେନା ବିମାନ ଘାଟିରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁଁ ୩ ଯବାନ ସହିଦ ହୋଇଯାଇଥିଲେ।
ଜୁନ୍‌ ୨୪, ୨୦୧୩: ଶ୍ରୀନଗରରେ ସେନା ଉପରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣ ଯୋଗୁଁ ୮ ଜଣ ଯବାନ ସହିଦ ହୋଇଯାଇଥିଲେ।
ମାର୍ଚ୍ଚ ୩୧, ୨୦୧୩: ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଉପରେ ଆକ୍ରମଣ ଯୋଗୁଁ ୫ ଜଣ ଯବାନ ସହିଦ୍‌ ହୋଇଥିଲେ।
ନଭେମ୍ବର ୩, ୧୯୯୯: ଶ୍ରୀନଗର ବାଦାମି ବାଗ୍‌ ସ୍ଥିତ ସେନାର ୧୫ କର୍ପସ୍‌ ମୁଖ୍ୟାଳୟ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁଁ ୧୦ ଜଣ ଯବାନ ସହିଦ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର