ବିଜୟ ଦିବସରେ ବଡ଼ ଆକ୍ରମଣ! ମୁକାବିଲା ପାଇଁ ୟୁକ୍ରେନ୍‌ର ପ୍ରସ୍ତୁତି

ଜାପୋରିଝିଆ : ରୁଷ୍‌ର ଆକ୍ରମଣ ବେଳକୁ ବେଳ ତୀବ୍ର ହେଉଥିବା ବେଳେ ୟୁକ୍ରେନୀୟ ସୈନ୍ୟମାନେ ଶନିବାର ଦେଶର ଦ୍ବିତୀୟ ବୃହତ୍ତମ ସହର ଖାର୍‌କିଭରେ ନିଜକୁ ପ୍ରସ୍ତୁତ କରି ରଖିଛନ୍ତି। ବିଜୟ ଦିବସ ମନାଇବା ପାଇଁ ମାରିୟୁପୋଲ ଓ ଖାର୍‌କିଭକୁ ରୁଷ୍‌ ସମ୍ପୂର୍ଣ୍ଣରୂପେ ଧ୍ବଂସ କରିଦେଇପାରେ ବୋଲି ଆଶଙ୍କା ଉପୁଜିଛି।

ଆସନ୍ତା ମେ ୯ ତାରଖ ସୋମବାର ହେଉଛି ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ନାଜି ଜର୍ମାନୀ ଉପରେ ସୋଭିଏତ ସଂଘର ବିଜୟ ଦିବସ। ଏହି ଅବସରରେ ୟୁକ୍ରେନ୍‌ରେ ରୁଷିଆ ବଡ଼ ଧରଣର ଆକ୍ରମଣ କରି ନାଟୋକୁ ମଧ୍ୟ ବଡ଼ ଚେତାବନୀ ଦେବାକୁ ଚାହୁଛି। ତେଣୁ ୟୁକ୍ରେନ୍‌ର ସୈନ୍ୟମାନେ ଏହାର ମୁକାବିଲା କରିବା ପାଇଁ ଯଥାସମ୍ଭବ ନିଜକୁ ପ୍ରସ୍ତୁତ କରି ରଖିଛନ୍ତି। ୧୦ ସପ୍ତାହରୁ ଅଧିକ କାଳ ହେଲା ରୁଷ୍ ସେନା ୟୁକ୍ରେନ୍‌ରେ ହାହାକାର ସୃଷ୍ଟି କରିଆସୁଛନ୍ତି। ବିଜୟ ଦିବସ ମନାଇବାକୁ ଯାଇ ରୁଷ୍‌ ସେନା କେତେ ଭୟଙ୍କର ଆକ୍ରମଣ କରିପାରେ ତାହା କଳ୍ପନା କରି ୟୁକେନ୍ ସେନା ତଥା ନାଗରିକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଲୋକଙ୍କ ପଳାୟନ ମଧ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର