ମୁମ୍ବାଇ: ଟ୍ରାଫିକ୍ ଭିଡ଼ରେ ବଲିଉଡ଼ ମେଗାଷ୍ଟାର ଅମିତାଭ ବଚ୍ଚନ ଜଣେ ପ୍ରଶଂସକଙ୍କୁ ଲିଫ୍ଟ ମାଗି ତାଙ୍କ ବାଇକ୍ରେ ବସି ସୁଟିଂ ସ୍ଥଳରେ ପହଞ୍ଚିଛନ୍ତି। ତାଙ୍କୁ ଲିଫ୍ଟ ଦେଇଥିବା ବ୍ୟକ୍ତିଙ୍କୁ ସାମାଜିକ ଗଣମାଧ୍ୟମରେ ବଚ୍ଚନ ଧନ୍ୟବାଦ ଜଣାଇଛନ୍ତି। ବଚ୍ଚନ ବାଇକରେ ବସି ଯାଉଥିବା ଏହି ଫଟୋକୁ ରବିବାର ଇନଷ୍ଟାଗ୍ରାମରେ ପୋଷ୍ଟ୍ କରିଛନ୍ତି। ସେଥିରେ ବଚ୍ଚନ ଏକ କଳା ଟି-ସାର୍ଟ, ନୀଳ ରଙ୍ଗର ଟ୍ରାଉଜର ଏବଂ ଧୂସର ରଙ୍ଗର ବ୍ଲେଜର ପିନ୍ଧିଛନ୍ତି। ତାଙ୍କୁ ବାଇକରେ ନେଇଥିବା ବ୍ୟକ୍ତିଙ୍କୁ ସେ ଚିହ୍ନି ନାହାନ୍ତି। କିନ୍ତୁ ତାଙ୍କ ପ୍ରତି ସେ କୃତଜ୍ଞ। କାରଣ କାର୍ଯ୍ୟସ୍ଥଳରେ ତାଙ୍କୁ ସେ ଠିକ୍ ସମୟରେ ପହଞ୍ଚାଇ ଦେଇଛନ୍ତି। ବାଇକ୍ ଚଳାଉଥିବା ବ୍ୟକ୍ତି ଜଣକ ସର୍ଟସ ଏବଂ ହଳଦିଆ ରଙ୍ଗର ଟି-ସାର୍ଟ ପିନ୍ଧିଛନ୍ତି। ବଚ୍ଚନଙ୍କ ଏଭଳି ଯାତ୍ରାକୁ ତାଙ୍କ ନାତୁଣୀ ନଭ୍ୟା ନଭେଲି, ଅଭିନେତା ରୋହିତ ରୟ ଏବଂ ସାୟାନି ଗୁପ୍ତା ପ୍ରମୁଖ ଢେର୍ ପ୍ରଶଂସା କରିଛନ୍ତି। ତେବେ ବାଇକ ଚଳାଉଥିବା ବ୍ୟକ୍ତି କିମ୍ବା ବଚ୍ଚନ କେହି ହେଲମେଟ ପିନ୍ଧି ନଥିବାରୁ ସାମାଜିକ ଗଣମାଧ୍ୟମରେ କିଛି ବ୍ୟକ୍ତି ସେମାନଙ୍କୁ ହେଲମେଟ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି।
ଲିଫ୍ଟ ମାଗି ବାଇକ୍ରେ ସୁଟିଂସ୍ଥଳକୁ ଗଲେ ବିଗ୍ ବି
/sambad/media/post_attachments/wp-content/uploads/2023/05/564654gg654gj65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)