ରାଜନୀତିକୁ ଫେରିବେ ବିଗ୍‌ ବି!

ନୂଆଦିଲ୍ଲୀ: ବଲିଉଡ୍‌ ସୁପର୍‌ଷ୍ଟାର୍‌ ଅମିତାଭ ବଚ୍ଚନ ରାଜନୀତିକୁ ଫେରିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। କିଛି ଦିନ ହେବ ବିଗ୍‌ ବି ତାଙ୍କ ଟ୍ଵିଟର ପେଜ୍‌ରେ କଂଗ୍ରେସ ତଥା ବିରୋଧୀ ଦଳ ନେତାଙ୍କୁ ଫଲୋ କରୁଥିବା ଦେଖାଯାଇଛି। ଟ୍ଵିଟରରେ ଅମିତାଭଙ୍କର ପ୍ରାୟ ସାଢେ ୩ କୋଟି ଅନୁଗାମୀ ଥିବା ବେଳେ ବିଗ୍‌ ବି ମାତ୍ର ୧୬୮୪ ଜଣଙ୍କୁ ଫଲୋ କରୁଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ଅଫିସିଆଲ ଟ୍ଵିଟର୍‌ ଏବଂ ଅନେକ ପୁରୁଖା କଂଗ୍ରେସ ନେତାଙ୍କୁ ଏବେ ସେ ଫଲୋ କରୁଛନ୍ତି। ଏହି କାରଣ ଯୋଗୁଁ ବିଗ୍‌ ବି ପୁଣିଥରେ ରାଜନୀତିକୁ ଫେରିବାକୁ ମନବଳାଇଥିବା ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର