ମୁମ୍ବାଇ: ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଟ୍ବିଟର ଆକାଉଣ୍ଟ୍ ସୋମବାର ରାତିରେ ହ୍ୟାକ୍ ହୋଇ ଯାଇଥିଲା। ବିଗ୍ବିଙ୍କ ପ୍ରୋଫାଇଲ୍ ଫଟୋରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଫଟୋ ରଖାଯାଇଥିବା ବେଳେ ତାଙ୍କ ଟ୍ବିଟର ବାୟୋଗ୍ରାଫିରେ ଥିବା ଲେଖା ମଧ୍ୟ ବଦଳି ‘ଲଭ୍ ପାକିସ୍ତାନ୍’ ଲେଖାଯାଇଥିଲା। ଏନେଇ ମହାରାଷ୍ଟ୍ର ସାଇବର ବିଭାଗ ତଦନ୍ତ ଆରମ୍ଭ କରିଛି। ବିଗ୍ ବି’ଙ୍କର ଟ୍ବିଟର୍ରେ ୩୭.୪ ମିଲିଅନ୍ ଅନୁଗାମୀ ଅଛନ୍ତି। ନିୟମିତ ଭାବେ ସେ ଟ୍ବିଟରରେ କିଛି ପୋଷ୍ଟ୍ ସେୟାର କରିବା ସହ ଏହାକୁ ନିଜର ପରିବର୍ଦ୍ଧିତ ପରିବାର ବୋଲି କହନ୍ତି।
ବିଗ୍ ବି’ଙ୍କ ଟ୍ବିଟର ଆକାଉଣ୍ଟ୍ ହ୍ୟାକ୍
/sambad/media/post_attachments/wp-content/uploads/2019/06/11amithah-hacked_CLARO.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)