ଅବୁ ସାଲେମଙ୍କୁ ଗିରଫ କରିଥିବା ପ୍ରତିଯୋଗୀଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ବିଗ୍ ବି, କିପରି ଟ୍ରେସ୍ କରିଥିଲେ ଜାଣନ୍ତୁ…

ମୁମ୍ବାଇ: କୌନ ବନେଗା କାରୋଡ଼ପତି(କେବିସି)୧୪ର ଆସିଥିବା ନୂଆ ପ୍ରୋମୋ ଚର୍ଚ୍ଚାରେ ରହିଛି । ଏଥର ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ ସିଟରେ ବସିବେ ଅବୁ ସାଲେମଙ୍କୁ ଧରିଥିବା ଜଣେ ସାହସୀ ଅଧିକାରୀ ରୁପିନ୍ ଶର୍ମା । ଏପିସୋଡର ପ୍ରମୋ ରିଲିଜ ହୋଇସାରିଛି, ଯେଉଁଥିରେ ହୋଷ୍ଟ ଅମିତାଭ ବଚ୍ଚନ ନାଗାଲାଣ୍ଡର ଡିଜିପି ରୁପିନ୍ ଶର୍ମାଙ୍କୁ ସ୍ୱାଗତ କରିବେ ।

ସୂଚନା ଅନୁଯାୟୀ, ୧୯୯୩ରେ ସଂଘଟିତ ମୁମାଇ ସିରିଏଲ ବିସ୍ଫୋରଣ ଘଟଣାରେ ସଂପୃକ୍ତ ଥିବା ଅଣ୍ଡରୱାର୍ଲଡ ଡନ୍‌ ଦାଉଦ ଇବ୍ରାହିମ୍‌ର ଘନିଷ୍ଠ ସହଯୋଗୀ ତଥା ଦୁର୍ଦ୍ଦାନ୍ତ ଅପରାଧୀ ଅବୁ ସାଲେମକୁ ୨୦୦୦ ମସିହାରେ ଗିରଫ କରିଥିଲେ ରୁପିନ୍ ଶର୍ମା । ସୋସିଆଲ୍ ମିଡ଼ିଆରେ ଏବେ ଏକ ଭିଡିଓ କ୍ଲିପ୍ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ବିଗ୍ ବି ଏବଂ ଦର୍ଶକ ରୁପିନ୍ ଶର୍ମାଙ୍କୁ ସ୍ୱାଗତ କରୁଛନ୍ତି । ପ୍ରୋମୋରେ ରୁପିନ୍ କୁହନ୍ତି ଯେ, ସେ ନାଗାଲାଣ୍ଡରେ ଜେଲର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ । ଆଜିର ସମୟରେ ଜେଲର ଧାରଣା ସମ୍ପୂର୍ଣ୍ଣ ରୂପେ ବଦଳିଯାଇଛି ।

ଏହାପରେ ଅମିତାଭ ବଚ୍ଚନ କହିଛନ୍ତି ଯେ, ଆପଣ ଏକ କୁଖ୍ୟାତ ଆତଙ୍କବାଦୀ ଅବୁ ସାଲେମକୁ ଗିରଫ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ,”ଲୋକଙ୍କ ହୃଦୟ ଜିତିବା ବହୁତ କଷ୍ଟକର, ୱେଲଡନ୍ ସାର୍” । ରୁପିନ୍ ଶର୍ମାଙ୍କ ସହ କାମ କରୁଥିବା କିଛି ଲୋକ ତାଙ୍କୁ ପ୍ରଶଂସା କରୁଥିବା ମଧ୍ୟ ଦେଖାଯାଏ ।

ଅବୁ ସାଲେମଙ୍କୁ ଏହିପରି ଟ୍ରେସ୍ କରାଯାଇଥିଲା:

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୦୦୫ ମସିହାରେ ପୁର୍ତ୍ତଗାଲରୁ ଆବୁ ସାଲେମଙ୍କ ପ୍ରତ୍ୟର୍ପଣରେ ରୁପିନ୍ ଶର୍ମା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ରୁପିନ୍ ସିବିଆଇ ଦଳର ଲିଡର ଥିଲେ । ସେହି ସମୟରେ ସହକାରୀ ନିର୍ଦ୍ଦେଶକ ପଦରେ ରୁପିନ ରହିଥିଲେ । ରୁପିନ୍ ଶର୍ମା ୨୦୦୨ମସିହାରେ ଏକ ମେଲ ମାଧ୍ୟମରେ ପୁର୍ତ୍ତଗାଲରେ ଥିବା ନେଇ ଆବୁ ସାଲେମର ଲୋକେସନ ଟ୍ରେସ୍ କରିଥିଲେ ।

କେବିସି ଆସିବା ପୂର୍ବରୁ ନର୍ଭସ ହୁଅନ୍ତି ବିଗ୍ ବି..

ଅମିତାଭ ବଚ୍ଚନ ଏକ ମିଡିଆ ମାଧ୍ୟମରେ କହିଛନ୍ତି ଯେ, ଯେତେବେଳେ ବି ସେ କେବିସି ସେଟକୁ ଆସନ୍ତି, ସେତେବେଳେ ସେ ନର୍ଭସ ହୋଇଯାଆନ୍ତି । ତାଙ୍କ ହାତ ଓ ପାଦ ଥରି ଉଠିଥାଏ ଏବଂ ସେ କ’ଣ କହିବେ ଓ ନିଜକୁ କିପରି ଉପସ୍ଥାପନ କରିବେ ବୋଲି ଭାବିଥାନ୍ତି । କିନ୍ତୁ ଦର୍ଶକଙ୍କ ପ୍ରେମ ତାଙ୍କୁ ସବୁବେଳେ ସାହସ ଦେଇଥାଏ ।

ସମ୍ବନ୍ଧିତ ଖବର