କ୍ୟାରି ବ୍ୟାଗ୍‌ ପାଇଁ ୧୮ ଟଙ୍କା ମାଗିବାରୁ ‘ବିଗ୍‌ ବଜାର’ ଉପରେ ୧୧,୫୧୮ ଟଙ୍କା ଜରିମାନା

ଚଣ୍ଡିଗଡ଼: ଚଣ୍ଡିଗଡ଼ ଉପଭୋକ୍ତା ମଞ୍ଚ ପକ୍ଷରୁ ଫ୍ୟୁଚର୍‌ ଗ୍ରୁପ୍‌ର ‘ବିଗ୍‌ ବଜାର’କୁ ୧୧,୫୧୮ ଟଙ୍କା ଜରିମାନା କରାଯାଇଛି। ଜଣେ ଗ୍ରାହକଙ୍କୁ ମାସଗ୍ରୀ ପୂରାଇ ନେବାକୁ ଏକ ବ୍ୟାଗ୍‌ ପାଇଁ ୧୮ ଟଙ୍କା ଦାବି କରିବାକୁ କମ୍ପାନି ଉପରେ ଅଭିଯୋଗ ହୋଇଥିଲା। ଏହି ମାମଲାର ତଦନ୍ତ କରି ଉପଭୋକ୍ତା ମଞ୍ଚ ‘ବିଗ୍‌ ବଜାର’ ଉପରେ ୧୧,୫୧୮ ଟଙ୍କା ଜରିମାନା ଲାଗୁ କରିଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପଞ୍ଚକୁଲାର ବାସିନ୍ଦା ସୌରଭ କୁମାରଙ୍କୁ ‘ବିଗ୍‌ ବଜାର’ ଜିନିଷ କିଣିବା ପରେ ବ୍ୟାଗ୍‌ ପାଇଁ ୧୮ ଟଙ୍କା ମାଗିବାରୁ ସେ ଉପଭୋକ୍ତା ମଞ୍ଚରେ ଅଭିଯୋଗ ଆଣିଥିଲେ। ତାଙ୍କ ଅଭିଯୋଗରେ ଲେଖିଛନ୍ତି ଯେ ‘ଫେବ୍ରୁଆରି ୨୧ ତାରିଖରେ ସେ ଜିନିଷ କିଣିବା ପାଇଁ ‘ବିଗ୍‌ ବଜାର’କୁ ଯାଇଥିଲେ। କ୍ୟାସ୍‌ କାଉଣ୍ଟର୍‌ରେ ତାଙ୍କୁ କ୍ୟାରି ବ୍ୟାଗ୍‌ ପାଇଁ ଅତିରିକ୍ତ ୧୮ ଟଙ୍କା ଦେବାକୁ କୁହାଯାଇ ଥିଲା। ସେ ମନା କରିଥିଲେ ବି ତାଙ୍କୁ ୧୮ ଟଙ୍କା ଦେବା ପାଇଁ ବାଧ୍ୟ କରାଯାଇ ଥିଲା।

(Photo Credits: Pixabay Image)

ଏହି ମାମଲାର ବିଚାର କରାଯାଇ ରାଜ୍ୟ ଉପଭୋକ୍ତା ବିବାଦ ନିବାରଣ ପକ୍ଷରୁ କମ୍ପାନି ଉପରେ ୧୧,୫୧୮ ଟଙ୍କା ଜରିମାନା କରାଯିବା ସହ ସାଧାରଣ ଲୋକଙ୍କୁ ଠକି ‘ବିଗ୍‌ ବଜାର’ ପରି ଏକ ବଡ଼ ସଂସ୍ଥା ନୀଚ ସେବା ପ୍ରଦାନ କରୁଛି ବୋଲି ଲେଖାଯାଇଛି।

ସମ୍ବନ୍ଧିତ ଖବର