ଟୋକିଓ: ଭୂକମ୍ପରେ ଥରିଲା ଜାପାନ । ମ୍ୟାମାର ପରେ ଜାପାନରେ ଭୂକମ୍ପର ଜୋରଦାର ଝଟକା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୦ ଥିବାବେଳେ ସଂଧ୍ୟା ୭ଟା ୩୪ ବେଳେ ଏହି ଭୂକମ୍ପ ଅନୁଭୂତ ହୋଇଛି । ତେବେ ଭୂକମ୍ପର କେନ୍ଦ୍ରସ୍ଥଳ ଜାପାନର କ୍ରୁଶୁ ବୋଲି କୁହାଯାଉଛି ।

Advertisment

ଭୟଙ୍କର ଭୂକମ୍ପରେ ଏଯାଏଁ କୌଣସି ମୃତାହତଙ୍କ ଖବର ଆସି ନଥିବା ବେଳେ ସୁନାମୀର ମଧ୍ୟ କୌଣସି ସତର୍କତା ଜାରି କରାଯାଇନାହିଁ । ତେବେ ଗତ ଶୁକ୍ରବାର ମ୍ୟାମାରରେ ୭.୭ ତୀବ୍ରତାର ଭୟଙ୍କର ଭୂକମ୍ପ ହୋଇଥିଲା । ୧୨ ମିନିଟ ଭିତରେ ଦୁଇ ଦୁଇଟି ପ୍ରଳୟଙ୍କାରୀ ଭୂକମ୍ପରେ ମ୍ୟାମାର ଧ୍ବଂସ ହୋଇଯାଇଥିବା ବେଳେ ପ୍ରାୟ ୩୦୦୦ ଲୋକଙ୍କ ପ୍ରାଣହାନୀ ହୋଇଛି ଏବଂ ୪୦୦୦ ପାଖାପାଖି ଲୋକ ଆହତ ହୋଇଛନ୍ତି । ଆଉ ଏବେ ଜାପାନରେ ଭୂକମ୍ପ ପରେ ଭୟଭୀତ ଜାପାନବାସୀ ।