କଲମ୍ବୋ: ଆର୍ଥିକ ସଙ୍କଟ ବେଳେ ଶ୍ରୀଲଙ୍କାକୁ ସାହାଯ୍ୟ କରିଥିବାରୁ ପୂର୍ବତନ କ୍ରିକେଟ୍ ଖେଳାଳି ସନତ ଜୟସୂର୍ଯା ପଡ଼ୋଶୀ ଦେଶ ଭାରତକୁ ପ୍ରଶଂସା କରିଛନ୍ତି।
ଭାରତକୁ ବଡ଼ଭାଇ ବୋଲି କହି ଜୟସୂର୍ୟା କହିଛନ୍ତି, ଜଣେ ପଡ଼ୋଶୀ ଦେଶ ତଥା ବଡ଼ଭାଇ ଭାବେ ଭାରତ ଆମକୁ ସାହାଯ୍ୟ କରୁଛି। ଆମେ ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ କୃତଜ୍ଞ। ଏ ସମୟରେ ବଞ୍ଚି ରହିବା ମଧ୍ୟ ଆମ ପକ୍ଷେ ଏତେ ସହଜ କଥା ନୁହେଁ। ଭାରତ ଏବଂ ଅନ୍ୟ ଦେଶମାନଙ୍କ ସହଯୋଗ ପାଇ ପରିସ୍ଥିତି ବଦଳିଯିବ ବୋଲି ଆଶା କରୁଛି।
ସୂଚନାଯୋଗ୍ୟ, ଏଯାବତ୍ ଭାରତ ଶ୍ରୀଲଙ୍କାକୁ ୨୭୦,୦୦୦ ମେଟ୍ରିକ୍ ଟନ୍ ଇନ୍ଧନ ପଠାଇଛି।
Image Courtesy of NDTVଶ୍ରୀଲଙ୍କାର ସାମ୍ପ୍ରତିକ ପରିସ୍ଥିତିକୁ ଜୟସୂର୍ୟା ଦୁର୍ଭାଗ୍ୟଜନକ ବୋଲି କହିବା ସହ କହିଛନ୍ତି, ଜନସାଧାରଣ ଏ ଭଳି ପରିସ୍ଥିତିରେ ବଞ୍ଚିପାରିବେ ନାହିଁ। ଏଇଥିପାଇଁ ସେମାନେ ପ୍ରତିବାଦ ଚଳାଇଛନ୍ତି। ଦେଶରେ ଇନ୍ଧନ ଅଭାବ, ଗ୍ୟାସ୍ ଅଭାବ ଏବଂ ଦିନେ ଦିନେ ୧୦ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି ରହୁନାହିଁ। ସତରେ ଏ ଦେଶର ଲୋକେ ଦୁଃଖଦାୟକ ପରିସ୍ଥିତିରେ ଅଛନ୍ତି। ଡିଜେଲ୍, ଗ୍ୟାସ୍, ଦୁଗ୍ଧଗୁଣ୍ଡ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ନିମନ୍ତେ ଲୋକେ ୩/୪ କିଲୋମିଟର୍ ଲମ୍ବା ଧାଡ଼ିରେ ଠିଆ ହେଉଛନ୍ତି। ପରିସ୍ଥିତିରେ ସୁଧାର ନ ଆସିଲେ ଦେଶ ବିପର୍ଯ୍ୟସ୍ତ ହୋଇପଡ଼ିବ।
ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବା ପାଇଁ ମଧ୍ୟ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/JS-1.jpg)