ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ବିଚ୍ଛିନ୍ନତାବାଦୀ ନେତା ତଥା ଜମ୍ମୁ ଏବଂ କାଶ୍ମୀର ଲିବରେସନ ଫ୍ରଣ୍ଟ (ଜେକେଏଲଏଫ)ର ମୁଖ୍ୟ ୟାସିନ ମଲିକର ସତ୍ୟପାଠ ରାଜନୈତିକ ଝଡ଼ ସୃଷ୍ଟି କରିଛି। ମଲିକ ଦାବି କରିଛି ଯେ ସେ ୨୦୦୬ ମସିହାରେ ପାକିସ୍ତାନରେ ଲସ୍କର-ଏ-ତୈବାର ନେତା ଏବଂ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦଙ୍କୁ ଭେଟିଥିଲା । କିନ୍ତୁ ସେ ନିଜ ଇଚ୍ଛାରେ ନୁହେଁ, ବରଂ ଭାରତୀୟ ଗୁଇନ୍ଦା ସଂସ୍ଥା, ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ନିର୍ଦ୍ଦେଶରେ ସେ ତାହା କରିଥିଲା। ତାହା ବ୍ୟାକ୍ ଚ୍ୟାନେଲ ଆଲୋଚନାର ଏକ ଅଂଶ ଥିଲା ।

Advertisment

ମାଲିକ ନିଜ ସତ୍ୟପାଠରେ ଲେଖିଛି ଯେ ପାକିସ୍ତାନରୁ ଫେରିବା ପରେ, ଆଇବିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭିକେ ଜୋଶୀ ତାକୁ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ତୁରନ୍ତ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିବାକୁ କହିଥିଲେ। ସେହି ସନ୍ଧ୍ୟାରେ, ତାହାର ମନମୋହନ ସିଂହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଏନକେ ନାରାୟଣନଙ୍କ ସହ ସାକ୍ଷାତ କରିବାର ବ୍ୟବସ୍ଥା କରାଯାଇଥିଲା। ସେ ଦାବି କରିଛି ଯେ ପ୍ରଧାନମନ୍ତ୍ରୀ ଡଃ ସିଂହ ତାଙ୍କ ପ୍ରୟାସ ଏବଂ ଧୈର୍ଯ୍ୟ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ।

ମଲିକ ଏବେ ଆଜୀବନ କାରାଦଣ୍ଡ ଭୋଗୁଛି। ମାଲିକ ନିଜ ସତ୍ୟପାଠରେ ଲେଖିଛି ଯେ ପାକିସ୍ତାନରୁ ଫେରିବା ପରେ, ଆଇବିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭିକେ ଜୋଶୀ ତାକୁ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ତୁରନ୍ତ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିବାକୁ କହିଥିଲେ। ସେହି ସନ୍ଧ୍ୟାରେ, ତାହାର ମନମୋହନ ସିଂହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଏନକେ ନାରାୟଣନଙ୍କ ସହ ସାକ୍ଷାତ କରିବାର ବ୍ୟବସ୍ଥା କରାଯାଇଥିଲା। ସେ ଦାବି କରିଛି ଯେ ପ୍ରଧାନମନ୍ତ୍ରୀ ଡଃ ସିଂହ ତାଙ୍କ ପ୍ରୟାସ ଏବଂ ଧୈର୍ଯ୍ୟ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ତଥାପି, ଏହି ସାକ୍ଷାତକୁ ପରେ ତା ବିରୁଦ୍ଧରେ ଏକ ଅସ୍ତ୍ର ଭାବରେ ବ୍ୟବହାର କରାଯାଇଥିଲା। ଆତଙ୍କୀ ନେତାମାନଙ୍କୁ ଭେଟିଥିବାରୁ ତା ବିରୋଧରେ ୟୁଏପିଏ ଲଗାଯାଇଥିଲା । 

ଆଇବିର ନିର୍ଦ୍ଦେଶ ଥିଲା ଯେ ଶାନ୍ତି ଆଲୋଚନାକୁ ବଢାଇବାକୁ ସେ ପାକିସ୍ତାନର ରାଜନୈତିକ ନେତା ଓ ଆତଙ୍କବାଦୀ ନେତାମାନଙ୍କୁ ଭେଟୁ । ଏଣୁ ସେ ତାହା କରିଥିଲେ ।