ନୂଆଦିଲ୍ଲୀ: କନକ ନ୍ୟୁଜର ଏକ କାର୍ଯ୍ୟକ୍ରମରେ ଭାରତୀୟ କିଷାନ ସଂଘର ମୁଖପାତ୍ର ରାକେଶ ଟିକାୟତ । ଏହି କାର୍ଯ୍ୟକ୍ରମରେ ରାକେଶ ଟିକାୟତଙ୍କ ସହ ଚାଷୀ ଆନ୍ଦୋଳନ ଏବଂ ଚାଷୀ ସମସ୍ୟା ବାବଦରେ ଆଲୋଚନା କରାଯାଇଛି ।

Advertisment

ଏହି ଆଲୋଚନାରେ ସେ କହିଛନ୍ତି, ଦେଶକୁ ଚଳାଉଛନ୍ତି ବଡ ବଡ କମ୍ପାନି । ଦେଶକୁ ଅମ୍ବାନୀ-ଆଦାନୀ ଭଳି ଲୋକେ ଚଲାଉଛନ୍ତି । ଗୁଜୁରାଟରେ ଆମ୍ବ ଚାଷ ହେଉଥିବା ୬୦ ଗାଁର ଜମିକୁ ରିଲାଏନ୍ସ କିଣିନେଲା । ମୁମ୍ବାଇରେ ବସି ଗୁଜୁରାଟରେ ଆମ୍ବ ଚାଷ କରି ଏମାନେ ଲାଭବାନ ହେଉଛନ୍ତି କିନ୍ତୁ ଗୁଜୁରାଟରେ ରହି ଆମ୍ବ ଚାଷ କରି ସେମାନେ କ୍ଷତି ସହୁଛନ୍ତି । ଗୁଜୁରାଟରେ ଭୟର ବାତାବରଣ ରହିଛି । ଗୁଜୁରାଟରେ କେହି ଚାଷୀଙ୍କ ସମର୍ଥନରେ ବାହାରିଲେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଉଛି । ଲୋକ ଏଠାରେ ସରକାରଙ୍କୁ ଡରୁଛନ୍ତି । ଏମଏସପି ହଟାଇବା ଆମର ଦାବି ଥିଲା । ଏଥିରେ ସରକାରଙ୍କର କୌଣସି କ୍ଷତି ହେବନାହିଁ । ଏମଏସପିରେ ବଡ ବଡ କମ୍ପାନିଙ୍କୁ କ୍ଷତି ହେବ । ଚାଷୀଙ୍କୁ ସରକାର କୌଣସି ସହଯୋଗ କରୁନାହାନ୍ତି । ସରକାରଙ୍କ ଗୋଟିଏ ଲକ୍ଷ ଚାଷୀଙ୍କର କ୍ଷତି ହେଉ ।