କରୋନା ସଂକ୍ରମିତ ଶହେରୁ ଊର୍ଧ୍ବ ଲୋକଙ୍କୁ ବାଣ୍ଟିଲେ ଭୋଗ

ନୂଆଦିଲ୍ଲୀ: ପଞ୍ଜାବର ସୌକରନ୍ଦୀ ଗାଁରେ ଥିବା ଗୁରୁଦ୍ୱାରରେ ଜଣେ କରୋନା ସଂକ୍ରମିତ ଶହେରୁ ଊର୍ଧ୍ବ ଲୋକଙ୍କୁୁ ପ୍ରସାଦ ବାଣ୍ଟିଥିବା ଘଟଣା ସାମ୍ନାକୁ ଆସିଛି। । ଏପରିକି ଶିକ୍ଷାମନ୍ତ୍ରୀ ମଧ୍ୟ ଏହି ପ୍ରସାଦ ଖାଇଥିବା ଜଣାପଡ଼ିଛି। ତେବେ ଆଶ୍ଚର୍ଯ୍ୟର କଥା ଗୁରୁଦ୍ୱାର ଗ୍ରନ୍ଥି ପଜିଟିଭ ଥିବା କଥା ଜାଣିବା ପରେ ବି ପ୍ରସାଦ ବାଣ୍ଟିଥିଲେ । ଏବେ ଗ୍ରନ୍ଥୀ ଏବଂ ତାଙ୍କ ପତ୍ନୀ କରୋନା ସଂକ୍ରମିତ ଥିବାରୁ ସଂଗରୋଧରେ ରହୁଛନ୍ତି ।

ଜୁନ ୨ରେ ଘଟିଥିବା ଏହି ଘଟଣା ପ୍ରଘଟ ହେବାପ‌ରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ତପ୍ତରତା ଦେଖା ଦେଇଥିଲା । ସୌକରନ୍ଦୀ ଗାଁରୁ ୩୦ଜଣଙ୍କ ସ୍ୟାମ୍ପଲ ନିଆଯାଇଥିଲା। ଆଶ୍ବସ୍ତିର କଥା ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ବର୍ତ୍ତମାନ ଅନ୍ୟ ଲୋକଙ୍କ ନମୁନା ମଧ୍ୟ ନିଆଯାଉଛି ।

ଏହି ପ୍ରସାଦ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ବିଜୟ ଇନ୍ଦର ସିଙ୍ଗଲା ଏବଂ ପୂର୍ବତନ ସଙ୍ଗରୁର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ଗର୍ଗ ମଧ୍ୟ ଅଛନ୍ତି ।

କୁହାଯାଉଛି କି କୃଷକ ଆନ୍ଦୋଳନରେ ପ୍ରାଣ ହରାଇଥିବା କରଜଜିତ୍ ସିଂଙ୍କ ସ୍ମୃତିରେ ଶେଷ ଆରଦାସ କରାଯାଇଥିଲା । ଏହା ପରେ ଉକ୍ତ ପ୍ରସାଦଙ୍କୁ ଗାଁରେ ବଣ୍ଟା ଯାଇଥିଲା । ଏହି ପ୍ରସାଦ ଗୁରୁଦ୍ୱାରଙ୍କ ଅନୁଦାନ ଦ୍ୱାରା ବଣ୍ଟନ କରାଯାଇଥିଲା ।

ସମ୍ବନ୍ଧିତ ଖବର