ଭୋପାଳ: ମଧ୍ୟପ୍ରଦେଶ ସରକାରଙ୍କର ଏକ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଥିବାର ଏକ ମାମଲା ସାମ୍ନାକୁ ଆସିଛି । ଏହି ତ୍ରୁଟି ମଧ୍ୟପ୍ରଦେଶ ସରକାର ଓ ପ୍ରଶାସନର ଅବହେଳାକୁ ପର୍ଦ୍ଦାଫାସ କରିଥିବା କୁହାଯାଉଛି। କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କୁ ଅସ୍ୱାଭାବିକ ପରିସ୍ଥିତିର ସାମ୍ନାକୁ କରିବାକୁ ପଡ଼ିଥିଲା। ମଞ୍ଚ ଉପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ବି ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2018/02/x3-1518435117.jpg.pagespeed.ic_.43ej66QMqW-300x225.jpg)
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୋଓ୍ଵାଲିୟରରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଜିବାଜି ୟୁନିଭର୍ସିଟିରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମକୁ ନେଇ ମଧ୍ୟପ୍ରଦେଶ ସରକାର ଜୋରସୋର ପ୍ରସ୍ତୁତି ମଧ୍ୟ କରିଥିଲେ। କିନ୍ତୁ ମଞ୍ଚ ଉପରେ ବସିଥିବା ସମୟରେ ରାଷ୍ଟ୍ରପତି କୋବିନ୍ଦଙ୍କ ମୁଣ୍ଡ ଉପରେ ପାଣି ପଡିଥିଲା। ବର୍ଷା ଲାଗି ରହିଥିବା ହେତୁ ମଞ୍ଚକୁ ଓ୍ଵାଟର ପ୍ରୁଫ୍ କପଡ଼ାରେ ପ୍ରସ୍ତୁତ କରାଯାଇଥିଲା। ଟିକିନିଖି କରି ମଞ୍ଚର ଯାଞ୍ଚ କରାଯାଇଥିଲେ ବି ଏକ ତ୍ରୁଟି ରହିଯାଇଥିଲା। ଅର୍ଥାତ୍ ରାଷ୍ଟ୍ରପତି ଯେଉଁଠାରେ ବସିଥିଲେ ଠିକ୍ ତାଙ୍କ ମୁଣ୍ଡ ଉପରୁ ପାଣି ପଡ଼ୁଥିଲା।
ସେ ବାରମ୍ବାର ଉପରକୁ ଚାହୁଁଥିଲେ। ତାଙ୍କ ପାଖ ଚୌକିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ୍ ବସିଥିଲେ। ଶିବରାଜଙ୍କୁ ଯେମିତି ହିଁ ଏହି ପରିସ୍ଥିତି ସମ୍ପର୍କର ଜଣାପଡ଼ିଲା ସେ ତୁରନ୍ତ ଚୌକିରୁ ଉଠି ପଡ଼ି ରାଷ୍ଟ୍ରପତିଙ୍କ ଚୌକିକୁ ଘୁଞ୍ଚାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀ ମଧ୍ୟ ସେଠାରେ ପହଞ୍ଚି ରାଷ୍ଟ୍ରପତିଙ୍କ ଚୌକି ଘୁଞ୍ଚାଇବାରେ ସାହାଯ୍ୟ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/x2-1518435087.jpg.pagespeed.ic_.rRynxs6Vkz.jpg)