ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ସମ୍ବନ୍ଧରେ ଏକ ବଡ଼ ଖୁଲାସା କରାଯାଇଛି । ନ୍ୟୁୟର୍କ ଟାଇମ୍ସ ଦାବି କରିଛି ଯେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାର ପ୍ରାୟ ୭ ମାସ ପୂର୍ବରୁ ୨୩ ଜଣ ଚାଇନାର ସନ୍ତରଣକାରୀ ଡୋପିଂ ପରୀକ୍ଷାରେ ପଜିଟିଭ୍ ଆସିଥିଲେ। ବିଶେଷ କଥା ହେଉଛି ଏହି ଖେଳାଳିଙ୍କ ମଧ୍ୟରୁ ୬ ଜଣ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଚୀନ୍‌ର ବରିଷ୍ଠ ଅଧିକାରୀଙ୍କ ଅନୁମୋଦନ ପରେ ତାଙ୍କୁ ଅନୁସନ୍ଧାନରୁ ସୁରକ୍ଷିତ ରଖାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।

Advertisment

ରିପୋର୍ଟରେ କୁହାଯାଇଛି ଡୋପିଂ ପଜିଟିଭ୍ ଖେଳାଳିମାନଙ୍କୁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇଥିଲା। କ୍ରୀଡ଼ାରେ ଡ୍ରଗ୍ ନିୟନ୍ତ୍ରଣ ପାଇଁ ବିଶ୍ୱ କର୍ତ୍ତୃପକ୍ଷ ମଧ୍ୟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ଖେଳାଳୀମାନଙ୍କ ମଧ୍ୟରୁ ପ୍ରାୟ ଅଧା ଡୋପିଂ ପରୀକ୍ଷାରେ ପଜିଟିଭ୍ ଥିଲେ। ଅନେକ ଆଥଲେଟ୍ ମଧ୍ୟ ତିନୋଟି ସ୍ୱର୍ଣ୍ଣ ସମେତ ଅନ୍ୟାନ୍ୟ ପଦକ ଜିତିଥିଲେ । ରିପୋର୍ଟ ଅନୁଯାୟୀ, ଏଥିରେ ଦୁଇଥର ସ୍ୱର୍ଣ୍ଣ ପଦକ ବିଜେତା ୱାଙ୍ଗ ୟୁଫେଇଙ୍କ ସମେତ ଅନେକ ସନ୍ତରଣକାରୀଙ୍କ ନାମ ରହିଛି। କୁହାଯାଉଛି ଯେ ଡୋପ୍ ଟେଷ୍ଟରେ ବିଫଳ ହୋଇଥିବା ଅନେକ ଆଥଲେଟ୍ ଚାଇନା ପାଇଁ ଖେଳୁଥିଲେ। ସେମନେ ଚଳିତ ବର୍ଷ ଜୁଲାଇ-ଅଗଷ୍ଟରେ ଅନୁଷ୍ଠିତ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସରେ ମଧ୍ୟ ଭାଗ ନେବେ।

ନ୍ୟୁୟର୍କ ଟାଇମ୍ସ ଏ ବାବଦରେ ୬୧ ପୃଷ୍ଠାର ଅନୁସନ୍ଧାନ ରିପୋର୍ଟକୁ ପ୍ରକାଶ କରିଛି। କୁହାଯାଉଛି ଯେ ଆଥଲେଟମାନଙ୍କଠାରେ ଟ୍ରାଇମେଟାଜିଡାଇନ୍ ଔଷଧର ନମୁନା ମିଳିଥିଲା। ଏହି ଔଷଧ ସହନଶକ୍ତି ବୃଦ୍ଧି ଏବଂ ରିକଭରିକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରେ।
ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଚୀନ୍ ପଦକ ଦୃଷ୍ଟିରୁ ଦ୍ୱିତୀୟ ସ୍ଥାନରେ ରହିଥିଲା। ଚାଇନାର ଆଥଲେଟ୍ମାନେ ଚମତ୍କାର ପ୍ରଦର୍ଶନ କରି ୮୯ ପଦକ ଜିତିଥିଲେ। ସେଥିମଧ୍ୟରେ ୩୮ ଟି ସ୍ୱର୍ଣ୍ଣ , ୩୨ଟି ରୌପ୍ୟ ଏବଂ ୧୯ଟି ବ୍ରୋଞ୍ଜ ପଦକ ରହିଥିଲା ​​।