ପାକିସ୍ତାନ ଉପରେ ଚଡ଼କ! ପୁଣି ଥରେ ଗ୍ରେ- ତାଲିକା ଭୁକ୍ତ କଲା ଏଫ୍‌ଏଟିଏଫ୍‌

ପ୍ୟାରିସ୍‌: ପାକିସ୍ତାନକୁ ଆଜି ଲାଗିଛି ପୁଣି ଏକ ବଡ଼ ଝଟ୍‌କା ଲାଗିଛି। ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଏବଂ ଆନ୍ତର୍ଜାତିକ ଆତଙ୍କବାଦୀଙ୍କ ବେଆଇନ ଅର୍ଥ-କାରବାର ରୋକିବାରେ ବିଫଳ ହୋଇଥିବା ପାକିସ୍ତାନକୁ ଫାଇନାନ୍‌ସିଆଲ୍‌ ଆକ୍ସନ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌) ପୁଣିଥରେ ଧୂସର ତାଲିକା (ଗ୍ରେ ଲିଷ୍ଟ)ରେ ରଖି ଦେଇଛି।

Financial Express

ଉଲ୍ଲେଖଯୋଗ୍ୟ ପୂର୍ବରୁ ୨୦୨୦ ମସିହା ଫେବ୍ରୁଆରି ମାସ ପର୍ଯ୍ୟନ୍ତ ପାକିସ୍ତାନକୁ ଗ୍ରେ-ତାଲିକାଭୁକ୍ତ କରି ରଖିବ ବୋଲି ଏଫ୍‌ଏଟିଏଫ୍‌ ଘୋଷଣା କରିଥିଲା। ଏବଂ ଏହି ସମୟ ମଧ୍ୟରେ ପାକିସ୍ତାନ ଯଦି ଆତଙ୍କବାଦ ଓ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବ ତେବେ ପାକିସ୍ତାନକୁ ଗ୍ରେ- ତାଲିକାରୁ ମୁକ୍ତ କରିବ ବୋଲି ଘୋଷଣା କରିଥିଲା। ତେବେ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ନିୟନ୍ତ୍ରଣ କରିବାରେ ପାକିସ୍ତାନ ବିଫଳ ହୋଇଛି ବୋଲି ହୃଦୟଙ୍ଗମ କରିବା ପରେ ଏଫ୍‌ଏଟିଏଫ୍‌ ଆଜି ଆଉଥରେ ପାକିସ୍ତାନକୁ ଗ୍ରେ- ତାଲିକା ଭୁକ୍ତ କରିଛି।

ସମ୍ବନ୍ଧିତ ଖବର