ନୂଆଦିଲ୍ଲୀ : ଆସନ୍ତାକାଲି ଏକ ବିରାଟ ଉଲ୍କାପିଣ୍ଡ ପୃଥିବୀର କକ୍ଷପଥ ଦେଇ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ତେବେ ଏହା ଭୂପୃଷ୍ଠରେ ପତିତ ହେବନାହିଁ ବୋଲି ନାସା ସ୍ପଷ୍ଟ କରିଛି। ଇଜିପ୍ଟ ସ୍ଥିତ ପ୍ରଖ୍ୟାତ ଗିଜା ପିରାମିଡ୍ର ପ୍ରାୟ ଦୁଇଗୁଣା ଆୟତନ ବିଶିଷ୍ଟଏହି ଉଲ୍କାର ଗତିପଥକୁ ନାସା ପକ୍ଷରୁ ନିରନ୍ତର ଅନୁଧ୍ୟାନ କରାଯାଉଛି। ୨୦୧୦ ମାର୍ଚ୍ଚ ୧୮ରେ ଆବିଷ୍କୃତ ୪୬୫୮୨୪(୨୦୧୦ ଏଫ୍ଆର୍) ନାମକ ଏହି ମହାଜାଗତିକ ବସ୍ତୁଟିର ବ୍ୟାସ ୧୨୦ ମିଟରରୁ ୨୭୦ ମିଟର ଯାଏ ହୋଇଥିଲା ବେଳେ ତାହା ଘଣ୍ଟାକୁ ୩୧,୪୦୦ ମାଇଲ୍ ବେଗରେ ପୃଥିବୀର କକ୍ଷପଥ ଆଡ଼କୁ ମାଡ଼ି ଆସୁଛି। ତେବେ ସେପ୍ଟେମ୍ବର ୬ ତାରିଖରେ ଏହା ପୃଥିବୀଠାରୁ ୪୬ ଲକ୍ଷ ମାଇଲ ଅର୍ଥାତ୍ ଚନ୍ଦ୍ର ଦୂରତାର ୧୯ ଗୁଣ ଦୂରରେ ପୃଥିବୀ କକ୍ଷପଥକୁ ଅତିକ୍ରମ କରିବ। ତେଣୁ ଏହାର ସାମାନ୍ୟତମ ପ୍ରଭାବ ଭୂପୃଷ୍ଠରେ ପଡ଼ିବନି ବୋଲି କୁହାଯାଇଛି।
ଆଜି ଖସିବ ବିରାଟ ଉଲ୍କାପିଣ୍ଡ, ପୃଥିବୀ ନିରାପଦ
/sambad/media/post_attachments/wp-content/uploads/2020/09/ulka.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)